‘ବିମାନ ଯାତ୍ରୀଙ୍କ ପାଇଁ ୧୪ ଦିନର କ୍ୱାରେଣ୍ଟାଇନ୍ ଦରକାର ନାହିଁ’

ନୂଆଦିଲ୍ଲୀ: ସୋମବାର ପାଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂହ ପୁରୀ କହିଛନ୍ତି, ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବା ଆବଶ୍ୟକତା ନାହିଁ। କର୍ଣ୍ଣାଟକ, ଆସାମ ଏବଂ ଜମ୍ମୁ କଶ୍ମୀର ଭଳି କିଛି ରାଜ୍ୟ ସରକାର କହିଥିଲେ, ବିମାନରେ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ। ଏହାପରେ ବିମାନ ଚଳାଚଳ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିମାନରେ […]

hardeep-singh-puri

Subhransu Sekhar
  • Published: Saturday, 23 May 2020
  • , Updated: 23 May 2020, 05:00 PM IST

ନୂଆଦିଲ୍ଲୀ: ସୋମବାର ପାଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂହ ପୁରୀ କହିଛନ୍ତି, ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବା ଆବଶ୍ୟକତା ନାହିଁ। କର୍ଣ୍ଣାଟକ, ଆସାମ ଏବଂ ଜମ୍ମୁ କଶ୍ମୀର ଭଳି କିଛି ରାଜ୍ୟ ସରକାର କହିଥିଲେ, ବିମାନରେ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ। ଏହାପରେ ବିମାନ ଚଳାଚଳ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ବିମାନରେ ଯେଉଁ ଯାତ୍ରୀ ଆସିବେ ସେମାନଙ୍କ ପାଖରେ ଆରୋଗ୍ୟ ସେତୁ ଆପ୍ ରହିଥିବ। ଏଥିସହିତ ଥର୍ମାଲ ସ୍କ୍ରିନିଂ ହେବ। ଯେଉଁମାନେ ସଂକ୍ରମିତ ନୁହନ୍ତି ସେମାନଙ୍କ ପାଖରେ ଗ୍ରୀନ୍ ସିଗନାଲ ଦେଖାଇବ। ସେହିପରି ଯେଉଁମାନେ ସଂକ୍ରମିତ ହୋଇଥିବେ ରେଡ୍ ସିଗନାଲ ଦେଖାଇବ। ରେଡ୍ ସିଗନାଲ ଦେଖାଇଲେ ସେହି ଯାତ୍ରୀଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ଦିଆଯିବନି ବୋଲି ହରଦୀପ କହିଛନ୍ତି।

ତେଣୁ କରୋନା ସଂକ୍ରମଣକୁ ନେଇ ଭୟ କରିବାର ଆବଶ୍ୟକତା ନାହିଁ। ଏମିତିକି ସାମାଜିକ ଦୂରତା ଆଧାରରେ ବିମାନରେ ମଝି ସିଟ ଖାଲି ପଡ଼ିବ ନାହିଁ ବୋଲି ସେ କହିସାରିଛନ୍ତି।

Related story