ସାରା ଦେଶରେ ଏନ୍‌ଆରସି ନେଇ ହୋଇନି ଆଲୋଚନା: ଶାହ

ନୂଆଦିଲ୍ଲୀ: ସାରା ଦେଶରେ ଏନ୍‌ଆରସିର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ବର୍ତ୍ତମାନ ଦେଶସାରା ଏନ୍‌ଆରସି ନେଇ ଏବେ କୌଣସି ଆଲୋଚନା ହେବାର ନାହିଁ। ସେ ଏଏନ୍‌ଆଇକୁ କହିଛନ୍ତି, ସାରା ଦେଶରେ ଏନ୍‌ଆରସି ବାବଦରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହାକୁ ନେଇ ଏବେ କିଛି ବି ଆଲୋଚନା କରାଯାଇନି। ପ୍ରଧାନମନ୍ତ୍ରୀ ଠିକ୍‌ କହିଛନ୍ତି। ନା କ୍ୟାବିନେଟ୍‌ ନା ସଂସଦ କେଉଁଠି […]

shah

Subrat Kumar Nayak
  • Published: Tuesday, 24 December 2019
  • , Updated: 24 December 2019, 09:42 PM IST

ନୂଆଦିଲ୍ଲୀ: ସାରା ଦେଶରେ ଏନ୍‌ଆରସିର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ବର୍ତ୍ତମାନ ଦେଶସାରା ଏନ୍‌ଆରସି ନେଇ ଏବେ କୌଣସି ଆଲୋଚନା ହେବାର ନାହିଁ। ସେ ଏଏନ୍‌ଆଇକୁ କହିଛନ୍ତି, ସାରା ଦେଶରେ ଏନ୍‌ଆରସି ବାବଦରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହାକୁ ନେଇ ଏବେ କିଛି ବି ଆଲୋଚନା କରାଯାଇନି। ପ୍ରଧାନମନ୍ତ୍ରୀ ଠିକ୍‌ କହିଛନ୍ତି। ନା କ୍ୟାବିନେଟ୍‌ ନା ସଂସଦ କେଉଁଠି ବି ଆଲୋଚନା କରାଯାଇନଥିବା କଥା କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପୂର୍ବରୁ ସାରା ଦେଶରେ ଏନ୍‌ଆରସି ଲାଗୁ କରିବା ନେଇ ଚର୍ଚ୍ଚା ରହିଆସିଥିଲା। ଏପରିକି ନାଗରିକତା ସଂଶୋଧନ ବିଲ୍‌ ଆଲୋଚନାରେ ଶାହ ଏହାବକୁ ଦୋହରାଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନେଇ ଭିନ୍ନ ମତ ରଖିବା ରାଜନୀତିକୁ ସରଗରମ କରିଥିଲା। ରବିବାର ସେ ଏକ ରାଲିରେ କହିଥିଲେ, ଏବେ ସାରା ଦେଶରେ ଏନ୍‌ଆରସି ଲାଗୁ ହେବାର ନାହିଁ।

ତେବେ ଆଜି ସରକାର ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟର ବାବଦରେ ଘୋଷଣା କରିବା ପରେ ଶାହ କହିଛନ୍ତି, ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟର ଏବଂ ନ୍ୟସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ ସହ କୌଣସି ସମ୍ପର୍କ ନାହିଁ।

ଶାହ ଆହୁରି ମଧ୍ୟ କହିଛନ୍ତି, “ସିଏଏ ଏବଂ ଏନ୍‌ଆରସି ସହ ଡିଟେନସନ୍‌ କେନ୍ଦ୍ରର କିଛି ସମ୍ପର୍କ ନାହିଁ। ଏହା ଭାରତରେ ବହୁ ବର୍ଷ ହେଲା ରହିଆସିଛି। ଏହି ଡିଟେନ୍‌ସନ୍‌ କେନ୍ଦ୍ର ମୋଦି ସରକାର କରିନାହାନ୍ତି।” ଶାହ କହିଥିଲେ ଏହି ସେଣ୍ଟର ସବୁ କେବଳ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ। ସେ ଏହି ବିଷୟରେ କହିଥିଲେ, ଏହା ଏକ କ୍ରମାଗତ ପ୍ରକ୍ରିୟା। ଏହି ଦେଶର କିଛି ଆଇନ ବ୍ୟବସ୍ଥା ଅଛି, ଆମେ କାହାକୁ ବେଆଇନ ଭାବେ ଆମ ଦେଶରେ ପ୍ରବେଶ କରି ଏଠାରେ ରହିବାକୁ ଦେଇପାରିବାନି। ସେମାନେ ଧରାହେଲେ ଡିଟେନ୍‌ସନ୍‌ କେନ୍ଦ୍ରରେ ରଖାଯାଇ ସେମାନଙ୍କ ବିଚାର ହେବ।

ସେ ଏନ୍‌ପିଆର ଏବଂ ଏନ୍‌ଆରସି ବାବଦରେ କହିଥିଲେ, ଏହି ଦୁଇଟି ଅଲଗା ଅଲଗା କଥା। ଏନ୍‌ପିଆର ଜନସଂଖ୍ୟାର ପଞ୍ଜିକା ଏବଂ ଏନ୍‌ଆରସି ନାଗରିକଙ୍କ ପଞ୍ଜିକା। ଏଥିରେ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଛି। ପଶ୍ଚିମବଙ୍ଗ ଏବଂ କେରଳ ଏନ୍‌ପିଆର ଲାଗୁ ନକରିବାକୁ ଦେଇଥିବା ମନ୍ତବ୍ୟ ବାବଦରେ ଶାହ କହିଛନ୍ତି, ଏହାକୁ ନେଇ ରାଜନୀତି ନହେଉ। ଏହା ନାଗରିକଙ୍କ ହିତସାଧନ ଉଦ୍ଦିଷ୍ଟ ଏବଂ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିବାରେ ସାହାଯ୍ୟ କରିଥାଏ। ସେ ଉଭୟ ସରକାରଙ୍କୁ ଏ ପ୍ରସଙ୍ଗରେ ରାଜନୀତି ନ କରିବାକୁ କହିଛନ୍ତି।

Related story