ବାଲାସାହେବ ଠାକରେଙ୍କ ସ୍ମୃତି ପୀଠ ପାଇଁ ଗଛ କଟାଯିବନି

ଔରାଙ୍ଗାବାଦ: ସେଣ୍ଟ୍ରାଲ ମହାରାଷ୍ଟ୍ରର ପ୍ରୀୟଦର୍ଶନୀ ଗାର୍ଡ଼େନରେ ପ୍ରତିଷ୍ଠା ହେବାକୁ ଥିବା ବାଲାସାହେବ ଠାକରେଙ୍କ ସ୍ମାରକୀ ପୀଠ ପାଇଁ ଗଛ କଟାହେବନି। ବରଂ ଗଛ ଲଗାଯିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ପ୍ରିୟଦର୍ଶନୀ ଗାର୍ଡେନ ବୁଲିବା ପରେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସ୍ତ୍ରୀ ଅମୃତା ଫଡ଼ନାଭିସ ବାଲାସାହେବ ସ୍ମୃତି ପୀଠକୁ ନେଇ ଟୁଇଟ୍ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ମିଡିଆ ରିପୋର୍ଟ ଅନୁଯାୟୀ ସ୍ମୃତିପୀଠ […]

udhav

Subhransu Sekhar
  • Published: Friday, 10 January 2020
  • , Updated: 10 January 2020, 06:09 PM IST

ଔରାଙ୍ଗାବାଦ: ସେଣ୍ଟ୍ରାଲ ମହାରାଷ୍ଟ୍ରର ପ୍ରୀୟଦର୍ଶନୀ ଗାର୍ଡ଼େନରେ ପ୍ରତିଷ୍ଠା ହେବାକୁ ଥିବା ବାଲାସାହେବ ଠାକରେଙ୍କ ସ୍ମାରକୀ ପୀଠ ପାଇଁ ଗଛ କଟାହେବନି। ବରଂ ଗଛ ଲଗାଯିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ପ୍ରିୟଦର୍ଶନୀ ଗାର୍ଡେନ ବୁଲିବା ପରେ ଏହା କହିଛନ୍ତି।

ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସ୍ତ୍ରୀ ଅମୃତା ଫଡ଼ନାଭିସ ବାଲାସାହେବ ସ୍ମୃତି ପୀଠକୁ ନେଇ ଟୁଇଟ୍ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ମିଡିଆ ରିପୋର୍ଟ ଅନୁଯାୟୀ ସ୍ମୃତିପୀଠ ତିଆରି ପାଇଁ ହଜାରେ ଗଛ କଟାଯିବ। ଏହାପରେ ପ୍ରିୟଦର୍ଶନୀ ଗାର୍ଡେନ ଚର୍ଚ୍ଚାକୁ ଆସିଥିଲା।

Related story