‘ଲାଷ୍ଟ୍ ଚାନ୍ସ’ ନାମକ ଏକ ଭିଡିଓ ଜାରି କରି ଉତ୍ତର କୋରିଆ ଏହି ଧମକ ଦେଇଛି।
ଚାରି ମିନିଟ୍ର ଏହି ଭିଡିଓରେ ଏକ ସବ୍ମାରାଇନ୍ରୁ ଏକ ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରାଯାଉଥିବା ଦୃଶ୍ୟ ମଧ୍ୟ ରହିଛି। ଏହା ମାଧ୍ୟମରେ ୱାଶିଂଟନ୍କୁ ଧ୍ୱଂସ କରି ଦେବାକୁ ଚେତାବନୀ ଦିଆଯାଇଛି। ଭିଡିଓ ପ୍ରାରମ୍ଭରେ ଆମେରିକା ଓ କୋରିଆ ମଧ୍ୟସ୍ଥ ସଂପର୍କର ଇତିହାସ ବିଷୟରେ କୁହାଯାଇଛି। ଭିଡିଓ ଶେଷରେ ୱାଶିଂଟନ୍ର ଲିଙ୍କନ ମେମୋରିଆଲ୍ ସମ୍ମୁଖରେ ପରମାଣୁ ବୋମା ପଡୁଥିବାର ଦୃଶ୍ୟ ଦେଖାଯାଇଛି।
ଏହି ଭିଡିଓରେ ଉତ୍ତର କୋରିଆ ଏହା ଦକ୍ଷିଣ ସୀମା ନିକଟରେ ଆମେରିକା ଓ ଦକ୍ଷିଣ କୋରିଆର ସେନା ପକ୍ଷରୁ କରାଯାଉଥିବା ମିଳିତ ସମରାଭ୍ୟାସକୁ ମଧ୍ୟ ନାପସନ୍ଦ କରିଛି।
ସୂଚନାଯୋଗ୍ୟ, କଟକଣା ସତ୍ତ୍ୱେ ଗତ ଜାନୁଆରୀ ମାସରେ ଉତ୍ତର କୋରିଆ ହାଇଡ୍ରୋଜେନ୍ ବୋମା ପରୀକ୍ଷା କରିଥିଲା। ପୂର୍ବରୁ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିବାର ଧମକ ଦେଇଥିଲା।