ଏନ୍‌ଆରସି ଭାରତର ଅନ୍ତରୀଣ ମାମଲା: ବାଂଲା ବର୍ଡର ଗାର୍ଡସ୍ ମୁଖ୍ୟ

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍‌ଆରସି) ସମ୍ପୂର୍ଣ୍ଣ ଭାବେ ଭାରତର ଅନ୍ତରୀଣ ପ୍ରସଙ୍ଗ ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି। ଏନ୍‌ଆରସି ପ୍ରସ୍ତୁତି ନେଇ ଭାରତର କିଛି କହିବାର ନାହିଁ ବୋଲି ବାଂଲାଦେଶ ବର୍ଡର ଗାର୍ଡସ୍‌ ମୁଖ୍ୟ କହିଛନ୍ତି। ସେ କହିଛନ୍ତି, ଉଭୟ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ରହିଛି। ଭାରତକୁ ବେଆଇନ ଅନୁପ୍ରବେଶ ଉପରେ ବାଂଲାଦେଶ ନଜର ରଖିବା ଜାରି ରଖିବ ବୋଲି ବାଂଲାଦେଶ ବର୍ଡର ଗାର୍ଡସ୍‌ ଡାଇରେକ୍ଟର ଜେନେରାଲ ମେଜର ଜେନେରାଲ ଶଫୀନୁଲ ଇସ୍‌ଲାମ କହିଛନ୍ତି। […]

Bangladesh

Subrat Kumar Nayak
  • Published: Sunday, 29 December 2019
  • , Updated: 29 December 2019, 04:34 PM IST

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍‌ଆରସି) ସମ୍ପୂର୍ଣ୍ଣ ଭାବେ ଭାରତର ଅନ୍ତରୀଣ ପ୍ରସଙ୍ଗ ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି। ଏନ୍‌ଆରସି ପ୍ରସ୍ତୁତି ନେଇ ଭାରତର କିଛି କହିବାର ନାହିଁ ବୋଲି ବାଂଲାଦେଶ ବର୍ଡର ଗାର୍ଡସ୍‌ ମୁଖ୍ୟ କହିଛନ୍ତି। ସେ କହିଛନ୍ତି, ଉଭୟ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ରହିଛି।

ଭାରତକୁ ବେଆଇନ ଅନୁପ୍ରବେଶ ଉପରେ ବାଂଲାଦେଶ ନଜର ରଖିବା ଜାରି ରଖିବ ବୋଲି ବାଂଲାଦେଶ ବର୍ଡର ଗାର୍ଡସ୍‌ ଡାଇରେକ୍ଟର ଜେନେରାଲ ମେଜର ଜେନେରାଲ ଶଫୀନୁଲ ଇସ୍‌ଲାମ କହିଛନ୍ତି।

ଇସ୍‌ଲାମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସେ ଡିଜି ସ୍ତରରେ ଭାରତ ସହ ଆଲୋଚନା କରିବାକୁ ଆସିଛନ୍ତି। ଏହି ଅବସରରେ ଏନ୍‌ଆରସି ବାବଦରେ ପଚରାଯିବାରୁ ସେ ଏପରି ଉତ୍ତର ରଖିଛନ୍ତି।

ନିକଟରେ ବାଂଲାଦେଶର କିଛି ଯବାନ ଜଣେ ଭାରତୀୟ ଯବାନଙ୍କୁ ପଛପଟୁ ଗୁଳି କରି ହତ୍ୟା କରିବା ନେଇ ମଧ୍ୟ ସେ ଉତ୍ତର ରଖିଛନ୍ତି। ସେ ଏହାକୁ ନିନ୍ଦା କରିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ସେହି ଯବାନ ଜଣକ କିଛି ଭାରତୀୟ ମତ୍ସ୍ୟଜୀବୀଙ୍କ ଉଦ୍ଧାର ପାଇଁ ଯାଇଥିଲେ।

Related story