ବରିଷ୍ଠ ଅଧିକାରୀଙ୍କ ସହ ଅଜିତ୍ ଡୋଭାଲଙ୍କ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ଶ୍ରୀନଗର: ଗତ ଗୁରୁବାର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ କଶ୍ମୀରରେ ଏବେ ୧୦ ହଜାର ଯବାନ ପହଞ୍ଚିଛନ୍ତି। ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ୍ ରବିବାର ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଜମ୍ମୁ କଶ୍ମୀରର ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ତେବେ ଏହି ବୈଠକରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ମୁଖ୍ୟ ପ୍ରସଙ୍ଗ ଥିଲା ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଉ କେହି ସମ୍ବିଧାନର ଧାରା ୩୭୦ ଓ ୩୫-ଏ ହଟାଇବା ପୂର୍ବରୁ ଏହା […]

ajit-doval

Subhransu Sekhar
  • Published: Sunday, 28 July 2019
  • , Updated: 28 July 2019, 05:15 PM IST

ଶ୍ରୀନଗର: ଗତ ଗୁରୁବାର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ କଶ୍ମୀରରେ ଏବେ ୧୦ ହଜାର ଯବାନ ପହଞ୍ଚିଛନ୍ତି। ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ୍ ରବିବାର ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଜମ୍ମୁ କଶ୍ମୀରର ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।

ତେବେ ଏହି ବୈଠକରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ମୁଖ୍ୟ ପ୍ରସଙ୍ଗ ଥିଲା ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଉ କେହି ସମ୍ବିଧାନର ଧାରା ୩୭୦ ଓ ୩୫-ଏ ହଟାଇବା ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କ ପ୍ରାକ୍ ପ୍ରସ୍ତୁତି ବୈଠକ ବୋଲି କହୁଛନ୍ତି।

ଅନ୍ୟପଟେ କଶ୍ମୀରରେ ଏତେ ସଂଖ୍ୟକ ଯବାନ ମୁତୟନ ହୋଇଥିବା ନେଇ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ନ୍ୟାଶନାଲ କନ୍‌ଫରେନ୍ସ(ଏନସି)ର ନେତାମାନେ ଏହାକୁ ବିରୋଧ କରିଛନ୍ତି।

ମେହବୁବା ମୁଫତି ପରୋକ୍ଷରେ କେନ୍ଦ୍ରକୁ ଚେତାବନୀ ଦେବାକୁ ଯାଇ କହିଛନ୍ତି ଧାରା ୩୫-ଏ ରେ ଯିଏ ହାତ ଲଗାଇବ, ସେ ଜଳି ପୋଡ଼ି ପାଉଁଶ ହୋଇଯିବ। ସାମରିକ ଉପାୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଦୁଇ ଦିନିଆ ଶ୍ରୀନଗର ଗସ୍ତରେ ଯାଇଥିଲେ। ଯାହାକି ଏକ ଗୋପନୀୟ ଗସ୍ତ ଥିଲା। କଶ୍ମୀରରେ ଡୋଭାଲ ପହଞ୍ଚିବା ପରେ ହିଁ ଯାଇ ତାଙ୍କ ଗସ୍ତ ବାବଦରେ ଜଣାପଡ଼ିଥିଲା। ଏହି ଗସ୍ତ ବେଳେ ସେ ରାଜ୍ୟପାଳଙ୍କ ପରାମର୍ଶଦାତା, ଗୁଇନ୍ଦା, ସେନା, ପୁଲିସ ଆଦି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରିଥିଲେ। ତେବେ ଏହି ବୈଠକରେ କଣ ଆଲୋଚନା ହୋଇଛି ତାହା ଏଯାଏ ଗୁପ୍ତ ରହିଛି।

Related story