ସୁଲେମାନୀ ହତ୍ୟା ପରେ ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଇରାନ୍‌ ଉପରେ ଆମେରିକା ଏୟାର୍‌ ଷ୍ଟ୍ରାଇକ୍ କରି ପରେ ଏହାର ପ୍ରଭାବ ସାରା ବିଶ୍ୱର ତୈଳ ବଜାରରେ ପଡ଼ିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ଏଥିରେ ମୃତ୍ୟୁ ହୋଇଛି। ଏହାପରେ ଅନ୍ୟତମ ବୃହତ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରେ ଅସ୍ଥିରତା ଲାଗି ରହିଛି। ସାରା ଦେଶରେ ଅର୍ଥନୀତିକ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ଏବେ ପୁଣି ତୈଳ ଦର ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ […]

Petrol-Diesel

Subrat Kumar Nayak
  • Published: Friday, 03 January 2020
  • , Updated: 03 January 2020, 05:27 PM IST

ନୂଆଦିଲ୍ଲୀ: ଇରାନ୍‌ ଉପରେ ଆମେରିକା ଏୟାର୍‌ ଷ୍ଟ୍ରାଇକ୍ କରି ପରେ ଏହାର ପ୍ରଭାବ ସାରା ବିଶ୍ୱର ତୈଳ ବଜାରରେ ପଡ଼ିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ଏଥିରେ ମୃତ୍ୟୁ ହୋଇଛି। ଏହାପରେ ଅନ୍ୟତମ ବୃହତ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରେ ଅସ୍ଥିରତା ଲାଗି ରହିଛି। ସାରା ଦେଶରେ ଅର୍ଥନୀତିକ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ଏବେ ପୁଣି ତୈଳ ଦର ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରଆ ଅଶୋଧିତ ତୈଳଦର ୪% ବୃଦ୍ଧି ହୋଇଛି। ଏହାପରେ ଦେଶର ତୈଳ ଯୋଗାଣକାରୀ କମ୍ପାନୀଗୁଡ଼ିକ ପେଟ୍ରୋଲ୍‌ ଦର ୧୦ ପଇସା ଓ ଡିଜେଲ୍ ଦର ୧୫ ପିଇସା ବୃଦ୍ଧି କରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍ ଦର ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକରେ ଉତ୍ତେଜନା ଦେଖା ଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୬୯.୧୬ ଆମେରିକୀୟ ଡଲାର ବୃଦ୍ଧି ପାଇଛି। ଯାହା ସେପ୍ଟେମ୍ବର ମାସର ରେକର୍ଡ ଦର ବୃଦ୍ଧିଠାରୁ ମଧ୍ୟ ଅଧିକ। ସେପ୍ଟେମ୍ବର ମାସରେ ଅଶୋଧିତ ତୈଳଦର ବ୍ୟାରେଲ୍ ପ୍ରତି ୬୬.୨୫ ଡଲାର ଥିଲା।

ଆଜି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ୭୫.୩୫ ଏବଂ ଡିଜେଲ୍‌ ୬୮.୨୫ ପଇସା ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ୍‌ ୮୦.୯୪ ଟଙ୍କା ଏବଂ ଡିଜେଲ୍‌ ୭୧.୫୬ ଟଙ୍କା ରହିଛି। ସେହିଭଳି ଓଡ଼ିଶାର ପେଟ୍ରୋଲ୍‌ ଦାମ ୭୪.୩୭ ପଇସା ରହିଛି।

ଦେଶର ତୈଳ ଦର ବୃଦ୍ଧି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଉପରେ ନିର୍ଭର କରିଥାଏ। ଆଉ ତୈଳ ଉତ୍ପଦନାକାରୀ ରାଷ୍ଟ୍ରଗୁଡ଼ିକରେ ଉତ୍ତଜନା ଦେଖା ଦେଇଥିବାରୁ ତୈଳ ଦର ବୃଦ୍ଧି ପାଇଛି। ଇରାକର ବାଗ୍‌ଦାଦ୍‌ ଏୟାରପୋର୍ଟରେ ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନ କୁର୍ଦ ସେନାର ମେଜର ଜେନେରାଲ କ୍ୱାସିମ ସୁଲେମାନୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି। କେବଳ ସେତିକି ନୁହେଁ ଆମେରିକାର ଏୟାର୍ ଷ୍ଟ୍ରାଇକ୍‌ରେ ଇରାକ୍‌ ସେନାର କମାଣ୍ଡର ଅବୁ ମହଦି ଅଲ ମୁହନ୍ଦିସଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଇରାନ ମଧ୍ୟ ଆମେରିକାକୁ କଡ଼ା ଜବାବ ଦେବ ବୋଲି ଚେତାବନୀ ଦେଇ ସାରିଛି। ତୈଳ ଉତ୍ପାଦନକାରୀ ଏହି ଦୁଇ ଦେଶର ପ୍ରବଳ ରାଜନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ତୈଳ ଦର ଆଗକୁ ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।

Related story