ପ୍ରବାସୀ ଶ୍ରମିକଙ୍କ ଗତିବିଧି ଉପରେ ଅନଲାଇନ୍ ନଜର ରଖିବେ ସରକାର

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ଏବେ ଘର ମୁହାଁ ହୋଇଛନ୍ତି। ଅନେକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଫେରୁଥିବା ବେଳେ ଆଉ କିଛି ଅସୁରକ୍ଷିତ ଭାବରେ ଚାଲି ଚାଲି ଓ ଟ୍ରକ ଆଦିରେ ବେଆଇନ୍ ଭାବରେ ଆସୁଛନ୍ତି। ଏବେ ଏହାକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ପ୍ରବାସୀ ଶ୍ରମିକ ଘରକୁ ଯିବା ବେଳେ ତାଙ୍କ ଗତିବିଧି ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ଅନଲାଇନରେ ନ୍ୟାଶନାଲ୍ ମାଇଗ୍ରାଣ୍ଟ ଇନଫରମେସନ ସେଣ୍ଟର ତିଆରି କରିଛନ୍ତି। ଏହି ସିଷ୍ଟମ ଜରିଆରେ କେନ୍ଦ୍ର […]

migreants

migreants

Subhransu Sekhar
  • Published: Saturday, 16 May 2020
  • Updated: 16 May 2020, 10:07 PM IST

Sports

Latest News

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ଏବେ ଘର ମୁହାଁ ହୋଇଛନ୍ତି। ଅନେକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଫେରୁଥିବା ବେଳେ ଆଉ କିଛି ଅସୁରକ୍ଷିତ ଭାବରେ ଚାଲି ଚାଲି ଓ ଟ୍ରକ ଆଦିରେ ବେଆଇନ୍ ଭାବରେ ଆସୁଛନ୍ତି। ଏବେ ଏହାକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ପ୍ରବାସୀ ଶ୍ରମିକ ଘରକୁ ଯିବା ବେଳେ ତାଙ୍କ ଗତିବିଧି ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ଅନଲାଇନରେ ନ୍ୟାଶନାଲ୍ ମାଇଗ୍ରାଣ୍ଟ ଇନଫରମେସନ ସେଣ୍ଟର ତିଆରି କରିଛନ୍ତି।

ଏହି ସିଷ୍ଟମ ଜରିଆରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ପ୍ରବାସୀ ଶ୍ରମିକଙ୍କ ବାବଦରେ ଜାଣିପାରିବେ ବୋଲି ଜଣାପଡ଼ିଛି। ଏମିତିକି ପ୍ରବାସୀମାନେ ନିଜ ନିଜ ସ୍ଥାନରେ ପହଞ୍ଚିବା ପରେ କେନ୍ଦ୍ର ସରକାର ଜାଣିପାରିବେ। ପ୍ରବାସୀଙ୍କ ବାବଦରେ ଜାଣିବା ପାଇଁ ତାଙ୍କ ମୋବାଇଲ ନମ୍ୱରକୁ ମନିଟରିଂ କରିବେ କେନ୍ଦ୍ର ସରକାର।

ଏହାଦ୍ୱାରା ରାଜ୍ୟ ସରକାର ନିଜ ରାଜ୍ୟର ଶ୍ରମିକ ବାହାରେ କେତେ ରହିଛନ୍ତି ଓ ଅନ୍ୟ ରାଜ୍ୟର ଶ୍ରମିକ କେତେ  ରହିଛନ୍ତି ସେ  ସୂଚନା ପାଇପାରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos