ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଦଳ ଆସନ୍ତାକାଲି ଅପରାହ୍ନରେ ଏକାଠି ହେବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏହି ବୈଠକ ବସିବ। ହେଲେ ସିଏଏକୁ ବିରୋଧ କରିବାକୁ ଯାଇ ଏବେ ବି ଧାରଣା ଦେଉଥିବା ଦଳ ତୃଣମୂଳ କଂଗ୍ରେସ ଯୋଗ ଦେବ ନାହିଁ। ସେହିପରି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଏହି ବୈଠକରେ ଯୋଗ ଦେବନି ବୋଲି ସୂଚନା ରହିଛି।
ଏହି ମହାମେଳିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ବାମପନ୍ଥୀ ଓ କଂଗ୍ରେସ ଦେଶରେ ଏକ ଖରାପ ରାଜନୀତି କରିବା ଆରମ୍ଭ କରିଛନ୍ତି। ପ୍ରଥମେ ଟିଏମସି ସିଏଏ ଓ ଏନଆରସିକୁ ବିରୋଧ କରିବାକୁ ଯାଇ ଆନ୍ଦୋଳନକୁ କରିଥିଲା। ହେଲେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ସିଏଏ ଓ ଏନଆରସି ନାଁରେ ଭଙ୍ଗାରୁଜା କରି ଆମ ଦଳକୁ ମଧ୍ୟ ପରୋକ୍ଷରେ ବଦନାମ କରିଛନ୍ତି ବୋଲି ମମତା କହିଥିଲେ।