ପ୍ରାଣଘାତୀ କରୋନା; ଚୀନ୍‌ରେ ନେଲାଣି ହଜାରେ ଜୀବନ

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏହି ମାରାତ୍ମକ  ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁହୁ ହୋଇ ବଢ଼ିବାରେ ଲାଗିଛି। କେବଳ ଚୀନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି । ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାଛଡ଼ା […]

chin-1--1

Niharika Rout
  • Published: Tuesday, 11 February 2020
  • , Updated: 11 February 2020, 09:55 AM IST

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏହି ମାରାତ୍ମକ  ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁହୁ ହୋଇ ବଢ଼ିବାରେ ଲାଗିଛି। କେବଳ ଚୀନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି ।

ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାଛଡ଼ା ଗତକାଲି କେବଳ ୨ ହଜାର ୯୭ ଜଣ ନୂଆ  କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଦେଖାଶୁଣା କରୁଥିବା ୧ ଲକ୍ଷ ୨୩ ହଜାର ୮୨୭ ଜଣ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବି ନଜର ରଖାଯାଇଛି।

Related story