୩ ବର୍ଷରେ ମୋଦିଙ୍କ ଉଡ଼ାଣରେ ଖର୍ଚ୍ଚ ହୋଇଛି ୨୫୫ କୋଟି

ନୂଆଦିଲ୍ଲୀ: ଗତ ୩ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଡ଼ାଣରେ ଚାର୍ଟାର୍ଡ ବିମାନ ବାବଦକୁ ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସବୁରେ ଏଭଳି ଖର୍ଚ୍ଚ ହୋଇଥିବା ଆଜି ରାଜ୍ୟସଭାରେ କୁହାଯାଇଛି। କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଲିଖିତ ଉତ୍ତରରେ ଏହି ଖର୍ଚ୍ଚ ବାବଦରେ କହିଛନ୍ତି। ସେ କହିଛନ୍ତି, ୨୦୧୬-୧୭ରେ ୭୬.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭-୧୮ରେ ଏହାର ପରିମାଣ ୯୯.୩୨ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଉଡ଼ାଣ ବାବଦକୁ […]

modi

Subrat Kumar Nayak
  • Published: Thursday, 21 November 2019
  • , Updated: 21 November 2019, 11:01 PM IST

ନୂଆଦିଲ୍ଲୀ: ଗତ ୩ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଡ଼ାଣରେ ଚାର୍ଟାର୍ଡ ବିମାନ ବାବଦକୁ ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସବୁରେ ଏଭଳି ଖର୍ଚ୍ଚ ହୋଇଥିବା ଆଜି ରାଜ୍ୟସଭାରେ କୁହାଯାଇଛି।

କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଲିଖିତ ଉତ୍ତରରେ ଏହି ଖର୍ଚ୍ଚ ବାବଦରେ କହିଛନ୍ତି। ସେ କହିଛନ୍ତି, ୨୦୧୬-୧୭ରେ ୭୬.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭-୧୮ରେ ଏହାର ପରିମାଣ ୯୯.୩୨ କୋଟି ଟଙ୍କା ଥିଲା।

୨୦୧୮-୧୯ରେ ଉଡ଼ାଣ ବାବଦକୁ ଖର୍ଚ୍ଚ ୭୯.୯୧ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ଏଯାଏ ଆସିପାରିନାହିଁ। ହଟ୍ଲାଇନ୍ ବ୍ୟବସ୍ଥା ପାଇଁ ୨ କୋଟି ୨୪ ଲକ୍ଷ ୭୫ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭-୧୮ରେ ୫୮,୦୬,୬୩୦ ଟଙ୍କା ଖର୍ଚ୍ଚ ହୋଇଥିଲା।

Related story