ନୂଆଦିଲ୍ଲୀ: ବୁଧବାର ଜେଲରୁ ବାହରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ବର୍ତ୍ତମାନର ଅର୍ଥନୀତିକ ସ୍ଥିତିକୁ ଟାର୍ଗେଟ୍ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହ ସରକାରଙ୍କ ପାଖରେ ଏହାକୁ ନେଇ କୌଣସି ଉତ୍ତର ନାହିଁ ବୋଲି କହିଛନ୍ତି। ସେ ଜେଲ୍ରେ ୧୦୫ ଦିନ କାଟିବା ପରେ ମାନିକସ ସ୍ତରରେ ଦୃଢ଼ ହୋଇଯାଇଛନ୍ତି ବୋଲି କହିଛନ୍ତି।
ସେ କହିଛନ୍ତି, ନିଜର ବିପଦପୂର୍ଣ୍ଣ ନିଷ୍ପତ୍ତିକୁ ସମର୍ଥନ ଦେବାକୁ ଯାଇ ସରକାର ଜିଦ୍ଖୋର ମନ୍ତବ୍ୟ ଦେଇ ଆସୁଛନ୍ତି। ସେ ଏହି ଅବସରରେ ନୋଟ୍ବନ୍ଦୀ, ଜିଏସ୍ଟି ଏବଂ ‘ଟିକସ ଆତଙ୍କବାଦ’ ଆଦି ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ଭାରତର ଅର୍ଥନୀତି ଚକ୍ରବୃତ୍ତରେ ଏଭଳି ସ୍ଥିତିରେ ପହଞ୍ଚିଥିବା ଭୁଲ କଥା।
ଅନ୍ୟପକ୍ଷରେ ପିଆଜକୁ ନେଇ ନିର୍ମଳା ସୀତାରମଣଙ୍କ ତାଚ୍ଛଲ୍ୟକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ନିର୍ମଲା ପୂର୍ବରୁ କହିଥିଲେ, ତାଙ୍କ ପରିବାର ଲୋକେ ପିଆଜ ଖାଆନ୍ତିନି। ଏହାର ପ୍ରତିକ୍ରିୟାରେ ଚିଦାମ୍ବରମ୍ କହିଥିଲେ, ଏହା ହିଁ ସରକାରଙ୍କ ମାନସିକତା ବୟାନ କରୁଛି।
ଅର୍ଥନୀତି ବ୍ୟତୀତ କଶ୍ମୀର ବାବଦରେ ମଧ୍ୟ ସେ ମତ ରଖିଥିଲେ। ସେ କହିଥିଲେ, ୨୦୧୯ ମସିହା ଅଗଷ୍ଟ ୪ ପରଠାରୁ କଶ୍ମୀର ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସରକାର ଅନୁମତି ଦେଲେ ସେ ଜମ୍ମୁ-କଶ୍ମୀର ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।