Advertisment

‘ପଦ୍ମ ପୁରସ୍କାର କୌଣସି ସରକାର ନୁହଁ, ଦେଶ ଦେଉଛି’

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର କୌଣସି ସରକାର ତରଫରୁ ନୁହେଁ, ଦେଶ ତରଫରୁ ଦିଆଯାଉଛି। ଏହି ପୁରସ୍କାର ପାଇ ଖୁବ୍‌ ଖୁସି ଲାଗୁଛି।  ଯାହା ହେଉ ମୋ କାମକୁ କିଏ ଚିହ୍ନି ପ୍ରଶଂସା କରିବା ପରି ଅନୁଭବ ହେଉଛି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ ହେବା ପରେ ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ  । ସେ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ […]

ଅଦ୍ୟତନ ହୋଇଛି
‘ପଦ୍ମ ପୁରସ୍କାର କୌଣସି ସରକାର ନୁହଁ, ଦେଶ ଦେଉଛି’

ghulam-nabi-azad

Advertisment

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର କୌଣସି ସରକାର ତରଫରୁ ନୁହେଁ, ଦେଶ ତରଫରୁ ଦିଆଯାଉଛି। ଏହି ପୁରସ୍କାର ପାଇ ଖୁବ୍‌ ଖୁସି ଲାଗୁଛି।  ଯାହା ହେଉ ମୋ କାମକୁ କିଏ ଚିହ୍ନି ପ୍ରଶଂସା କରିବା ପରି ଅନୁଭବ ହେଉଛି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ ହେବା ପରେ ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ  ।

Advertisment

ସେ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଦେଶ ଚିହ୍ନୁଛି, ସେମାନଙ୍କୁ ସମ୍ମାନିତ କରୁଛି, ପୁରସ୍କୃତ କରୁଛି, ଫଳରେ ସେଥିରେ ଅଧିକ ଭଲ କାମ କରିବାକୁ ଆଗ୍ରହ ସୃଷ୍ଟି ହେଉଛି। କାହାକୁ   କ’ଣ ମିଳିଲା ସେଥିରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ। କାରଣ ଏହି ସମ୍ମାନ ଦେଶ ଦେଉଛି, କୌଣସି ରାଜନୈତିକ ଦଳ ନୁହେଁ ।

[caption id="attachment_721937" align="aligncenter" width="650"]ghulam-nabi-azad ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମ ସମ୍ମାନରେ ସମ୍ମାନିତ ହେଉଛନ୍ତି ଗୁଲାମ ନବୀ ଆଜାଦ ।[/caption]

Advertisment

ମୋ’ ଜୀବନର ବିଭିନ୍ନ ସୋପାନରେ ମୁଁ ବହୁତ ଉତଥାନ ପତନ ଦେଖିଛି । ହେଲେ ସବୁବେଳେ ଲୋକଙ୍କ ପାଇଁ  କାମ କରିବାକୁ ଚେଷ୍ଟା ଜାରି ରଖିଛି। ତାହା ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ହୋଇପାରେ ବୋଲି କହିଛନ୍ତି ଆଜାଦ।

କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ରାଜନୀତିରେ ସକ୍ରିୟ ଅଛନ୍ତି। ସେ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୫ ଥର ରାଜ୍ୟସଭାକୁ ମନୋନୀତ ହୋଇ ସାରିଛନ୍ତି। ୨୦୧୪ ମସିହାରୁ ସେ ରାଜ୍ୟସଭାରେ ବିପକ୍ଷ ନେତା ପଦ ମଧ୍ୟ ସମ୍ଭାଳି ସାରିଛନ୍ତି।

Padmashree Award Ghulam Nabi Azad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe