ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କଲେ ପାକ କ୍ରିକେଟର ଇମାମ୍

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟର ଇମାମ୍ ଉଲ୍ ହକ୍ ଅନେକ ଯୁବତୀଙ୍କ ସହ ସମ୍ପର୍କ ରଖି ଧୋକା ଦେଇଥିବା ଖବର ସତ। ଜଣେ ଟ୍ଵିଟର ଆକାଉଣ୍ଟଧାରୀ ଇମାମ ଝିଅଙ୍କ ସହ କରିଥିବା ଚ୍ୟାଟର ସ୍କ୍ରିନ୍‌ଶଟ୍ ଶେୟାର କରିଥିଲେ ତାହା ସତ ବୋଲି ମାନିଛନ୍ତି ଇମାମ୍। ଏଭଳି ଭୁଲ୍ ପାଇଁ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ୍ ବୁଝମଣା ପାଇଁ ଏଭଳି ହୋଇଥିବା ଏହି ୨୩ ବର୍ଷୀୟ ପାକିସ୍ତାନୀ କ୍ରିକେଟର କହିଛନ୍ତି। ପିସିବିର ମ୍ୟାନେଜିଂ […]

imam ul haq

Subhransu Sekhar
  • Published: Wednesday, 31 July 2019
  • , Updated: 31 July 2019, 09:43 AM IST

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟର ଇମାମ୍ ଉଲ୍ ହକ୍ ଅନେକ ଯୁବତୀଙ୍କ ସହ ସମ୍ପର୍କ ରଖି ଧୋକା ଦେଇଥିବା ଖବର ସତ। ଜଣେ ଟ୍ଵିଟର ଆକାଉଣ୍ଟଧାରୀ ଇମାମ ଝିଅଙ୍କ ସହ କରିଥିବା ଚ୍ୟାଟର ସ୍କ୍ରିନ୍‌ଶଟ୍ ଶେୟାର କରିଥିଲେ ତାହା ସତ ବୋଲି ମାନିଛନ୍ତି ଇମାମ୍। ଏଭଳି ଭୁଲ୍ ପାଇଁ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ୍ ବୁଝମଣା ପାଇଁ ଏଭଳି ହୋଇଥିବା ଏହି ୨୩ ବର୍ଷୀୟ ପାକିସ୍ତାନୀ କ୍ରିକେଟର କହିଛନ୍ତି। ପିସିବିର ମ୍ୟାନେଜିଂ ଡିରେକ୍ଟର ଓ୍ୱାସିମ୍ ଖାନ୍ ପାକିସ୍ତାନର ‘ଜିଓ ଟିଭି’କୁ ଏହି ସୂଚନା ଦେଇଛନ୍ତି।

ଏହା ଇମାମଙ୍କ ବ୍ୟକ୍ତିଗତ କଥା ଏବଂ ଏଥିରେ ପିସିବି ହସ୍ତକ୍ଷେପ କରିବ ନାହିଁ। କିନ୍ତୁ ଖେଳାଳି ମାନେ ତାଙ୍କର ସମ୍ମାନ ବଞ୍ଚାଇ ରଖିବା ଉଚିତ୍ ବୋଲି ଓ୍ୱାସିମ୍ ଖାନ୍ କହିଛନ୍ତି। କାରଣ ସେମାନେ ପାକିସ୍ତାନ କ୍ରିକେଟ ଟିମର ଜଣେ ଜଣେ ଚେହେରା। ଆଗାମୀ ଦିନରେ ଏଭଳି ଭୁଲ୍ କେହି କ୍ରିକେଟର କରିବା ପିସିବି ଦେଖିବା ପାଇଁ ଚାହେଁ ନାହିଁ ବୋଲି ଓ୍ୱାସିମ୍ ଖାନ୍ କହିଛନ୍ତି।

ସୂଚନାଯୋଗ୍ୟ, ଇମାମ୍ ଉଲ ହକ୍ ହେଉଛନ୍ତି ପାକିସ୍ତାନ ଟିମ୍‌ର ପୂର୍ବତନ କ୍ୟାପଟେନ୍ ଇଞ୍ଜମାମ୍ ଉଲ୍ ହକ୍‌ଙ୍କ ପୁତୁରା। ୨୪ ଜୁଲାଇରେ ଅମନ୍ ନାମକ ଟ୍ୱିଟର୍ ଆକାଉଣ୍ଟଧାରୀ ଇମାମ୍ ଉଲ ହକଙ୍କ ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌ର ସ୍କ୍ରିନଶଟକୁ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ଇମାମ୍‌ ୭ ରୁ ୮ ଜଣ ଯୁବତୀଙ୍କ ସହ ଚ୍ୟାଟିଂ କରୁଥିଲେ। ସେ ସେମାନଙ୍କୁ 'ବ୍ୟବହାର' କରିବା ପରେ ଧୋକା ଦେଇଥିଲେ। ସେ ସେମାନଙ୍କୁ କହୁଥିଲେ ଯେ ସେ ସିଙ୍ଗଲ୍‌ ଅର୍ଥାତ ଅବିବାହିତ ଅଛନ୍ତି। ଏହାପରେ ଧୋକା ଖାଇଥିବା ଝିଅ ମାନେ ଅମନ ନାମକ ଟ୍ୱିଟର ଆକାଉଣ୍ଟଧାରୀଙ୍କ ମାଧ୍ୟମରେ ଇମାମଙ୍କ ହ୍ୱାଟସଆପ୍ ଚ୍ୟାଟର ସ୍କ୍ରିନଶଟ୍ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

Related story