ହାଇଦ୍ରାବାଦରେ ରାହତ ଫତେହ ଅଲ୍ଲୀ ଖାଁ ହଟହଟା

ହାଇଦ୍ରାବାଦ: ପ୍ରସିଦ୍ଧ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁଙ୍କୁ ଗୁରୁବାର ହାଇଦ୍ରାବଦ ବିମାନ ବନ୍ଦରରେ ହଟହଟା ହେବାକୁ ପଡ଼ିଥିଲା। ତାଙ୍କୁ ସହର ଭିତରେ ପ୍ରବେଶ କରିବାକୁ ବାରଣ କରିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ। ନିୟମ ମୁତାବକ କୌଣସି ପାକିସ୍ତାନୀ ନାଗରିକ ହାଇଦ୍ରାବାଦ ଦେଇ ଦେଶରେ ପ୍ରବେଶ କରିପାରିବେ ନାହିଁ। ସେହି କାରଣ ଦର୍ଶାଇ ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ରାହତ ଫତେ ଅଲ୍ଲୀ ଖାଁ ଆବୁଧାବି ଫେରି ଯାଇଥିଲେ। ସେଠାରୁ ଦିଲ୍ଲୀ […]

Rahat-

Rakesh Mallick
  • Published: Friday, 01 January 2016
  • , Updated: 01 January 2016, 10:51 AM IST

ହାଇଦ୍ରାବାଦ: ପ୍ରସିଦ୍ଧ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁଙ୍କୁ ଗୁରୁବାର ହାଇଦ୍ରାବଦ ବିମାନ ବନ୍ଦରରେ ହଟହଟା ହେବାକୁ ପଡ଼ିଥିଲା। ତାଙ୍କୁ ସହର ଭିତରେ ପ୍ରବେଶ କରିବାକୁ ବାରଣ କରିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ। ନିୟମ ମୁତାବକ କୌଣସି ପାକିସ୍ତାନୀ ନାଗରିକ ହାଇଦ୍ରାବାଦ ଦେଇ ଦେଶରେ ପ୍ରବେଶ କରିପାରିବେ ନାହିଁ। ସେହି କାରଣ ଦର୍ଶାଇ ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିଲେ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ରାହତ ଫତେ ଅଲ୍ଲୀ ଖାଁ ଆବୁଧାବି ଫେରି ଯାଇଥିଲେ। ସେଠାରୁ ଦିଲ୍ଲୀ ଆସିଥିଲେ ଓ ଦିଲ୍ଲୀରୁ ପୁଣି ହାଇଦ୍ରାବାଦ ଆସିଥିଲେ। ନୂଆ ବର୍ଷ ଉପଲକ୍ଷେ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ହାଇଦ୍ରାବାଦ ଆସିଥିଲେ।

ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି,  ନିୟମ ଅନୁସାରେ ପାକିସ୍ତାନ ନାଗରିକମାନେ ହାଇଦ୍ରାବାଦ ଦେଇ ଦେଶରେ ପ୍ରବେଶ କରିପାରିବେ ନାହିଁ। ପାକିସ୍ତାନ ନାଗରିକମାନେ କେବଳ ଦିଲ୍ଲୀ, ମୁମ୍ୱାଇ,କୋଲକତା ଓ ଚେନ୍ନାଇ ଦେଇ ଦେଶକୁ ପ୍ରବେଶ କରି ପାରିବେ। ତେଣୁ ରାହତଙ୍କୁ ଆବୁଧାବି ଫେରିବାକୁ କୁହାଯାଇଥିଲା ଏବଂ ସଠିକ୍ ରାସ୍ତାରେ ଦେଶରେ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଥିଲା।

Related story