ପାକ୍ ବାୟୁସେନା ବିମାନ ଦୁର୍ଘଟଣାର ଶିକାର, ୨ ମୃତ

ଇସଲାମାବାଦ: ପାକିସ୍ତାନ ବାୟୁସେନାର ଏକ ତାଲିମପ୍ରାପ୍ତ ବିମାନ ମଙ୍ଗଳବାର ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ପାକିସ୍ତାନର ୨ ଜଣ ପାଇଲଟ ନିହତ ହୋଇଛନ୍ତି। ମୃତକ ହେଲେ ପାକିସ୍ତାନ ବାୟୁସେନାର ସ୍କ୍ଵାର୍ଡନ ଲିଡର ହ୍ୟାରିସ ବିନ ଖାଲିଦ ଓ ଫ୍ଲାଇଙ୍ଗ ଅଫିସର ଇବାଦୁର ରେହେମାନ। ପାକିସ୍ତାନ ବାୟୁସେନାର ଏଫଟି-୭ ବିମାନ ମିଆନଓ୍ଵାଲି ସ୍ଥିତ ଏମ.ଏମ. ଆଲମ ଏୟାରବେସ୍‌ ନିକଟରୁ ଉଡ଼ାଣ ଆରମ୍ଭ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ତଳେ ଖସିପଡ଼ିଥିଲା। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ […]

PAF-new

Subhransu Sekhar
  • Published: Tuesday, 07 January 2020
  • , Updated: 07 January 2020, 07:56 PM IST

ଇସଲାମାବାଦ: ପାକିସ୍ତାନ ବାୟୁସେନାର ଏକ ତାଲିମପ୍ରାପ୍ତ ବିମାନ ମଙ୍ଗଳବାର ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ପାକିସ୍ତାନର ୨ ଜଣ ପାଇଲଟ ନିହତ ହୋଇଛନ୍ତି। ମୃତକ ହେଲେ ପାକିସ୍ତାନ ବାୟୁସେନାର ସ୍କ୍ଵାର୍ଡନ ଲିଡର ହ୍ୟାରିସ ବିନ ଖାଲିଦ ଓ ଫ୍ଲାଇଙ୍ଗ ଅଫିସର ଇବାଦୁର ରେହେମାନ।

ପାକିସ୍ତାନ ବାୟୁସେନାର ଏଫଟି-୭ ବିମାନ ମିଆନଓ୍ଵାଲି ସ୍ଥିତ ଏମ.ଏମ. ଆଲମ ଏୟାରବେସ୍‌ ନିକଟରୁ ଉଡ଼ାଣ ଆରମ୍ଭ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ତଳେ ଖସିପଡ଼ିଥିଲା। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ, ଏହି ଏଫଟି- ୭ ବିମାନ ଚାଇନା ଦ୍ୱାରା ନିର୍ମିତ। ପାକିସ୍ତାନ ପାଖରେ ପାଖାପାଖି ୫୦ଟି ଏହି ବିମାନ ରହିଛି। ଗତ ବର୍ଷ ଜାନୁଆରୀ, ଜୁଲାଇରେ ମଧ୍ୟ ପାକିସ୍ତାନରେ ଏହି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ବାରମ୍ୱାର ଚୀନ ଦ୍ୱାରା ପ୍ରସ୍ତୁତ ଏହି ବିମାନ ଦୁର୍ଘଟଣାର ଶିକାର ହେବା ପରେ ପାକିସ୍ତାନ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି।

Related story