ପାକିସ୍ତାନ: ଆତ୍ମଘାତୀ ବୋମା ବିସ୍ଫୋରଣ, ୧୮ମୃତ, ୪୦ ଗୁରୁତର

ପେଶାୱାର: ପାକିସ୍ତାନର ଖ୍ୱାଇବର ଫଖାତୁନୱା ପ୍ରଦେଶର ଏକ ସରକାରୀ କାର୍ଯ୍ୟଳୟ ନିକଟ ଆତ୍ମଘାତି ବୋମା ବିସ୍ଫୋରଣ ଘଟି ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ମରଦାନ ସହରରେ ଥିବା ନ୍ୟାଶନାଲ ଡାଟାବେସ୍ ଆଣ୍ଡ ରେଜିଷ୍ଟ୍ରେସନ ଅଥୋରିଟି (ନାଡ୍ରା) ନିକଟରେ ଏହି ବିସ୍ଫୋରଣ ଘଟିଥିଲା। କାର୍ଯ୍ୟଳୟରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଆତ୍ମଘାତି ବୋମା ବିସ୍ପୋରଣ କରିବାରେ ସମର୍ଥ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ବହୁ […]

pakistan

Rakesh Mallick
  • Published: Tuesday, 29 December 2015
  • , Updated: 04 May 2017, 03:44 PM IST

ପେଶାୱାର: ପାକିସ୍ତାନର ଖ୍ୱାଇବର ଫଖାତୁନୱା ପ୍ରଦେଶର ଏକ ସରକାରୀ କାର୍ଯ୍ୟଳୟ ନିକଟ ଆତ୍ମଘାତି ବୋମା ବିସ୍ଫୋରଣ ଘଟି ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ମରଦାନ ସହରରେ ଥିବା ନ୍ୟାଶନାଲ ଡାଟାବେସ୍ ଆଣ୍ଡ ରେଜିଷ୍ଟ୍ରେସନ ଅଥୋରିଟି (ନାଡ୍ରା) ନିକଟରେ ଏହି ବିସ୍ଫୋରଣ ଘଟିଥିଲା। କାର୍ଯ୍ୟଳୟରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଆତ୍ମଘାତି ବୋମା ବିସ୍ପୋରଣ କରିବାରେ ସମର୍ଥ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ବହୁ ଲୋକଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶା କରାଯାଉଛି।

ବିସ୍ଫୋରଣର ତିବ୍ରତା ଏତେ ଅଧିକ ଥିଲା ଯେ ନିକଟରେ ଥିବା ୧୦ରୁ ଗାଡି ଓ କୋଠାରେ ବ୍ୟାପକ କ୍ଷତି ହୋଇଛି।

Related story