ପିଭିସି ପାଇପରେ ଡ୍ରଗ୍ସ ପଠାଇଥାନ୍ତା ପାକିସ୍ତାନ, ଯୋଜନା ପଣ୍ଡ କଲା ବିଏସଏଫ୍

ଶ୍ରୀନଗର: ଜମ୍ମୁ କଶ୍ମୀର ଏବଂ ପଞ୍ଜାବରେ ନିଶା କାରବାରକୁ ବଢ଼ାଇବା ପାଇଁ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ବିଏସଏଫ୍। ଆଜି ସକାଳେ ବିଏସ୍ଏଫ୍ ଆର ଏସ୍ ପୁରା ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ୬୨ କିଲୋଗ୍ରାମ ହିରୋଇନ୍, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଯାହାକି ପାକିସ୍ତାନର ନାର୍କୋ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଥିଲା ବୋଲି ଜଣାପଡ଼ିଛି। ବିଏସଏଫ ଇନ୍ସପେକ୍ଟର ଜେନେରାଲ ଏନ ଏସ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୧୯ ଏବଂ ୨୦ ମଧ୍ୟବର୍ତ୍ତୀ ରାତିରେ ୪୨ […]

Pakistan using PVC pipes to pump drugs across border into J&K

Subhransu Sekhar
  • Published: Sunday, 20 September 2020
  • , Updated: 20 September 2020, 05:34 PM IST

ଶ୍ରୀନଗର: ଜମ୍ମୁ କଶ୍ମୀର ଏବଂ ପଞ୍ଜାବରେ ନିଶା କାରବାରକୁ ବଢ଼ାଇବା ପାଇଁ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ବିଏସଏଫ୍। ଆଜି ସକାଳେ ବିଏସ୍ଏଫ୍ ଆର ଏସ୍ ପୁରା ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ୬୨ କିଲୋଗ୍ରାମ ହିରୋଇନ୍, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଯାହାକି ପାକିସ୍ତାନର ନାର୍କୋ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଥିଲା ବୋଲି ଜଣାପଡ଼ିଛି।

ବିଏସଏଫ ଇନ୍ସପେକ୍ଟର ଜେନେରାଲ ଏନ ଏସ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୧୯ ଏବଂ ୨୦ ମଧ୍ୟବର୍ତ୍ତୀ ରାତିରେ ୪୨ ବାଟାଲିୟନର ସୀମାର ପାକିସ୍ତାନ ପାର୍ଶ୍ୱରେ କିଛି ସନ୍ଦେହଜନକ ଗତିବିଧି ଚାଲିଥିବା ଜଣାପଡ଼ିଥିଲା। ଏହା ଉପରେ ସେନା ନଜର ରଖିଥିଲେ। ତେବେ ବିଏସଏଫ ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଥିଲା। ହେଲେ ରାତି ହୋଇଯାଇଥିବାରୁ ସେମାନେ ଖସି ପଳାଇଥିଲେ। ଆଉ ଏହାର ଫାଇଦା ନେଇ ଅନ୍ତର୍ଜାତୀୟ ସୀମାର ଭାରତ ପାର୍ଶ୍ୱରେ ନିଶାଦ୍ରବ୍ୟ ପ୍ରବେଶ କରାଇବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିଲା।

ତେବେ ସକାଳ ହେବା ପରେ ବୁଦ୍ଧୱାର ଆଉଟପୋଷ୍ଟ ନିକଟରେ ପିଭିସି ପାଇପ ପଡିଥିବା ଦେଖିବାକୁ ମିଳିଥିଲା। ଆଉ ଏହା ପରେ ବିଏସ୍ଏଫ୍ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ଢ

ପରବର୍ତ୍ତୀ ସର୍ଚ୍ଚ ଅପରେସନ୍ ସମୟରେ ଭାରତୀୟ ପାର୍ଶ୍ୱରେ ଥିବା ଆଇବି ନିକଟରେ ୬୨ ପ୍ୟାକେଟ୍ ହିରୋଇନ୍, ଦୁଇଟି ଚାଇନିଜ୍ ପିସ୍ତଲ, ଚାରି ମାଗାଜିନ୍ ଏବଂ ୧୦୦ ରାଉଣ୍ଡ ଗୁଳି ଜବତ କରାଯାଇଥିଲା।

ପୂର୍ବରୁ ପଞ୍ଜାବରେ ନିଶା କାରବାର ତଥା ଅନ୍ୟାନ୍ୟ ନିଷେଧ ସାମଗ୍ରୀ ଚୋରା ଚାଲାଣ ପାଇଁ ପାକିସ୍ତାନ ଅନେକ କୌଶଳ ଆପଣାଇ ସାରିଛି। ବର୍ତ୍ତମାନ ପୁଞ୍ଜାବରେ ଡ୍ରଗ୍ସ ପ୍ରବେଶ କରାଇବାରେ ବିଫଳ ହେଉଛି ପାକିସ୍ତାନ।

ତେଣୁ ପାକିସ୍ତାନୀ ସେନା ଏବଂ ରେଞ୍ଜର୍ସଙ୍କ ସହଭାଗିତା ସହିତ ଡ୍ରଗ୍ ସିଣ୍ଡିକେଟ୍ ପିଭିସି ପାଇପ୍ ବ୍ୟବହାର କରି ବୁଦ୍ଧୱାର ଆଉଟପୋଷ୍ଟ ନିକଟରେ ହିରୋଇନ୍ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଧରା ପଡ଼ିଛି।

ପାଇପ୍‌ର ଗୋଟିଏ ପାର୍ଶ୍ୱରୁ ହିରୋଇନ୍ ପ୍ୟାକେଟ୍‌ ଭର୍ତ୍ତି କରାଯାଇଥିଲା ଏବଂ ଅନ୍ୟ ପାର୍ଶ୍ୱରେ ବସିଥିବା ବ୍ୟକ୍ତିଙ୍କୁ ସେହି ପ୍ୟାକେଟଗୁଡ଼ିକୁ ଟାଣିବା ପାଇଁ କୁହାଯାଇଥିଲା ବୋଲି ଜଣାପଡ଼ିଛି। ଏହି ଉପାୟରେ ସେମାନେ ଆଇବି ଅତିକ୍ରମ ନକରି ଡ୍ରଗ୍ସ ଚୋରା ଚାଲାଣ କରିଥାନ୍ତେ। ହେଲେ ସଜାଗ ହୋଇ ରହିଥିବା ବିଏସଏଫ୍ ପାକିସ୍ତାନର ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଛି।

 

Related story