ପ୍ୟାରିସରେ ଆଇଏସ ଆକ୍ରମଣ ପରେ ଭାରତ ସତର୍କ ରହିବା ଜରୁରୀ: ଶିବସେନା

ମୁମ୍ବାଇ:ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ସତର୍କ ରହିବା ଜରୁରୀ। ଶିବସେନା ତାହାର ମୁଖପାତ୍ର ‘ସାମନା’ର ସମ୍ପାଦକୀୟରେ ଏହା ଉଲ୍ଲେଖ କରିଛି । ଶିବସେନା ପକ୍ଷରୁ ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ନେଇ ଦୁଃଖ ପ୍ରକାଶ କରାଯାଇଛି । ଏହାସହ କିଛିଦିନ ହେବ କାଶ୍ମୀରରେ ଆଇଏସ ଆତଙ୍କୀ ସକ୍ରିୟ ରହିବା ଗମ୍ଭୀର ଘଟଣା, ଏଥିପାଇଁ କେନ୍ଦ୍ର ସରକାର ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଶିବସେନା ପକ୍ଷରୁ ଏଥିରେ ଉଲ୍ଲେଖ କରାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ ଆମକୁ ନିଜ ଅନୁସାରେ ଲଢ଼ିବାକୁ […]

sibsana

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 09:42 AM IST

ମୁମ୍ବାଇ:ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ସତର୍କ ରହିବା ଜରୁରୀ। ଶିବସେନା ତାହାର ମୁଖପାତ୍ର ‘ସାମନା’ର ସମ୍ପାଦକୀୟରେ ଏହା ଉଲ୍ଲେଖ କରିଛି । ଶିବସେନା ପକ୍ଷରୁ ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ନେଇ ଦୁଃଖ ପ୍ରକାଶ କରାଯାଇଛି । ଏହାସହ କିଛିଦିନ ହେବ କାଶ୍ମୀରରେ ଆଇଏସ ଆତଙ୍କୀ ସକ୍ରିୟ ରହିବା ଗମ୍ଭୀର ଘଟଣା, ଏଥିପାଇଁ କେନ୍ଦ୍ର ସରକାର ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଶିବସେନା ପକ୍ଷରୁ ଏଥିରେ ଉଲ୍ଲେଖ କରାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ ଆମକୁ ନିଜ ଅନୁସାରେ ଲଢ଼ିବାକୁ ପଡିବ। କାଶ୍ମୀରରେ ଆଇଏସ ପତାକା ଉଡାଯିବା ଗମ୍ଭୀର ଘଟଣା। ପ୍ୟାରିସରେ ଏହି ସଂଗଠନ ନରସଂହାର ଘଟାଇବା ପରେ ଏହାକୁ ଗୁରୁତର ସହ ବିଚାର କରିବାର ସମୟ ଆସିଯାଇଛି।

ସାମନାରେ ଦଳ ପକ୍ଷରୁ ଲେଖା ଯାଇଛି, ଆମେରିକା ନିଜ ସ୍ୱାର୍ଥ ଲାଗି ଇରାକକୁ ନଷ୍ଟ କରିଦେଲା। ଫ୍ରାନ୍ସ ଆମେରିକା ପାପର ଭାଗିଦାରୀ। ସଦ୍ଦାମ ହୁସେନର ପତନ ପରେ ସିରିଆ ସମେତ ମଧ୍ୟ ଏସିଆର ପ୍ରାୟ ସବୁ ରାଷ୍ଟ୍ରରେ ଅଶାନ୍ତି ସୃଷ୍ଟି ହୋଇଛି। ଏହି ଅଶାନ୍ତିରୁ ଆଇଏସ ପରି ସଂଗଠନ ସୃଷ୍ଟି ହୋଇଛି। ଏହି ଆତଙ୍କୀ ସଂଗଠନ ଏବେ ୟୁରୋପିୟାନ ରାଷ୍ଟ୍ରଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ଚଳାଇଛନ୍ତି।

Related story