ସଂସଦ ଏବେ ଥିଏଟର ପାଲଟିଛି: କପିଲ ଶିବଲ୍‌

ନୂଆଦିଲ୍ଲୀ: ସଂସଦ ଏବେ ଥିଏଟରରେ ପରିଣତ ହୋଇଯାଇଛି। ପୂର୍ବରୁ ଆମେ ଥିରିଏଟର ଯାହା ଦେଖୁଥିଲୁ ଏବେ ସଂସଦରେ ଦେଖିବାକୁ ମିଳୁଛି। ସଂସଦରେ ଏପରି ବିଷୟ ଆଲୋଚନା ହେବା ଦରକାର ଯାହା ଦେଶକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ୍। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ୍ କରି ସେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ମୋଦି ବିଜେପି ଓ […]

Sibal

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 10:16 AM IST

ନୂଆଦିଲ୍ଲୀ: ସଂସଦ ଏବେ ଥିଏଟରରେ ପରିଣତ ହୋଇଯାଇଛି। ପୂର୍ବରୁ ଆମେ ଥିରିଏଟର ଯାହା ଦେଖୁଥିଲୁ ଏବେ ସଂସଦରେ ଦେଖିବାକୁ ମିଳୁଛି। ସଂସଦରେ ଏପରି ବିଷୟ ଆଲୋଚନା ହେବା ଦରକାର ଯାହା ଦେଶକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ୍। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ୍ କରି ସେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ମୋଦି ବିଜେପି ଓ ଆରଏସ୍‌ଏସ୍‌ର ଏଜେଣ୍ଡା ଉପରେ କାମ କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନୁହେଁ, ସଂଘର ପ୍ରଚାରକ ଭାବେ କାମ କରୁଛନ୍ତି।”

ଜେନେୟୁରେ ଦେଶ ବିରୋଧୀ ସ୍ଲୋଗାନ୍ ପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଶିବଲ୍ କହିଛନ୍ତି, ସେଠାରେ ଯାହା କିଛି ହେଲା, କୋର୍ଟ ଏହାର ନିଷ୍ପତ୍ତି ନେବ।  ହେଲେ ବିଶ୍ୱବିଦ୍ୟାଳୟକୁ ପୋଲିସ ପଠାଇବା ଉଚିତ୍ ନ ଥିଲା।  ଯେଉଁ ପର୍ଯ୍ୟନ୍ତ ସବୁ ବିଶ୍ୱବିଦ୍ୟାଳୟରେ ଏଭିବିପି ଅଛି, ବିଜେପି ଏପରି କରିବ ବୋଲି ଶିବଲ୍ କହିଛନ୍ତି।

Related story