ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାରେ ଦେଶର ୨୦ ବୀର ଯବାନ ଶହୀଦ ହେବା ପରେ ଦେଶରେ ତେଜିଛି ଚୀନ୍ ବିରୋଧୀ ନାରା। ଏଯାବତ କୌଣସି ମନ୍ତ୍ରୀ ଚୀନ୍ ବିରୋଧରେ ମୁହଁ ଖୋଲିନଥିଲେ। ଏବେ କିନ୍ତୁ କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନ ଚୀନକୁ ବୟକଟ କରିବାକୁ ଆହ୍ୱାନ କରିଛନ୍ତି।
ଏମିତିକି ଆଗାମୀ ଦିନରେ ଚୀନରୁ ଆସୁଥିବା ସମସ୍ତ ଜିନିଷ ଉପରେ ବିଆଇଏସ ଗୁଣବତ୍ତାକୁ ଦେଖି ଆମଦାନୀ କରାଯିବ ବୋଲି କହିଛନ୍ତି ରାମ ବିଳାଶ। ଏମିତିକି ନିଜ ମନ୍ତ୍ରାଳୟର ଖାଦ୍ୟ ଓ ଯୋଗାଣ ବିଭାଗର ଅଧିକାରୀଙ୍କୁ ଚୀନ୍ ଜିନିଷ ବ୍ୟବହାର ନକରିବାକୁ ଆହ୍ୱାନ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ଦେଶରେ ଥିବା ଚାଇନିଜ ହୋଟେଲ , ରେଷ୍ଟୁରାଣ୍ଟ ବନ୍ଦ ହେବା ଦରକାର ଏଥିସହ ଚୀନରୁ ଆସୁଥିବା ଜିନିଷକୁ ବ୍ୟବହାର ନକରିବା ଦରକାର। ଚୀନ ଏକ ବିଶ୍ୱାସଘାତକ ଦେଶ। ଭାରତ ଚୀନର ଜନିଷକୁ ବୟକଟ କରିବା ଦରକାର ବୋଲି ସେ କହିଛନ୍ତି। ଅଠାଓ୍ୱଲେ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି।
ସୂଚନାଯୋଗ୍ୟ, ଚୀନକୁ ଜିନିଷ ବ୍ୟବହାର ନକରିବାକୁ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିଏସଏନଏଲ, ଏମଟିଏନଏଲକୁ ଚୀନ୍ ଜିନିଷ ବ୍ୟବହାର ନକରିବାକୁ ଆହ୍ୱାନ କରିଛନ୍ତି।