ପଠାନ୍‌କୋଟ ହମଲା ଘଟଣା: ଭାରତରେ ପାକିସ୍ତାନର ତଦନ୍ତକାରୀ ଟିମ୍

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ୍‌ରେ ଭାରତୀୟ ବାୟୁ ସେନା ଘାଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛି ପାକିସ୍ତାନର ଏକ ୫ ଜଣିଆ ମିଳିତ ତଦନ୍ତକାରୀ ଟିମ୍। ଏହି ଟିମ୍‌ରେ ଜଣେ ଆଇଏସ୍‌ଆଇ ଅଧିକାରୀ ଅଛନ୍ତି। ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ପାକିସ୍ତାନର କୌଣସି ଟିମ୍ ଭାରତ ଆସିବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ପଠାନକୋଟ୍ ହମ୍‌ଲା ଘଟଣାରେ ଭାରତର ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସୀ (ଏନ୍‌ଆଇଏ) […]

pathankot

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 11:16 AM IST

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ୍‌ରେ ଭାରତୀୟ ବାୟୁ ସେନା ଘାଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛି ପାକିସ୍ତାନର ଏକ ୫ ଜଣିଆ ମିଳିତ ତଦନ୍ତକାରୀ ଟିମ୍। ଏହି ଟିମ୍‌ରେ ଜଣେ ଆଇଏସ୍‌ଆଇ ଅଧିକାରୀ ଅଛନ୍ତି। ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ପାକିସ୍ତାନର କୌଣସି ଟିମ୍ ଭାରତ ଆସିବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ପଠାନକୋଟ୍ ହମ୍‌ଲା ଘଟଣାରେ ଭାରତର ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସୀ (ଏନ୍‌ଆଇଏ) ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ତଦନ୍ତର ସମୀକ୍ଷା ମଧ୍ୟ କରିବ ଏହି ଟିମ୍।

ଆଜି ଏହି ଟିମ୍ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଏନ୍‌ଆଇଏ ଓ ପାକିସ୍ତାନ ହାଇକମିଶନ୍‌ର ଅଧିକାରୀମାନେ ସ୍ୱାଗତ କରିଥିଲେ। ଏହି ଟିମ୍ ଆସନ୍ତା ମଙ୍ଗଳବାର ପଠାନକୋଟ୍ ଯାଇ ତଦନ୍ତ କରିବ।

ଗତ ଜାନୁଆରୀ ୨ ତାରିଖରେ ପାକିସ୍ତାନର ଜୈଶ-ଏ-ମହମ୍ମଦ ନାମକ ଆତଙ୍କବାଦୀ ସଂଗଠନ ପକ୍ଷରୁ ପଠାନକୋଟ୍ ସ୍ଥିତ ଭାରତୀୟ ବାୟୁ ସେନା ଘାଟି ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୭ ଜଣ ଯବାନ ସହିଦ ମଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ କିଛି ସାକ୍ଷୀଙ୍କୁ ଜେରା କରିବା ପାଇଁ ପାକିସ୍ତାନର ଏକ ବିଚାରବିଭାଗୀୟ କମିଟି ଭାରତ ଆସିଥିଲା।

Related story