Advertisment

୧୬ ଦିନ ହେଲା ବଢ଼ିଚାଲିଛି ତୈଳଦର, ଭୁବନେଶ୍ୱରରେ ୮୦ ଡେଇଁଲା ପେଟ୍ରୋଲ ଦାମ

ନୂଆଦିଲ୍ଲୀ: ଦେଶରେ କରୋନା ସହ ତାଳ ଦେଇ ତୈଳ ଦର ବି କ୍ରମାଗତ ଭାବେ ବଢ଼ି ଚାଲିଛି। ଲଗାତର ୧୬ ଦିନ ପାଇଁ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ପେଟ୍ରୋଲର ଲିଟର ପିଛା ଦର ୩୩ ପଇସା ଓ ଡିଜେଲର ଲିଟର ପିଛା ଦର ୫୮ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୭୯.୫୬ ଟଙ୍କା ଓ ଡିଜେଲର ଲିଟର ପିଛା […]

ଅଦ୍ୟତନ ହୋଇଛି
୧୬ ଦିନ ହେଲା ବଢ଼ିଚାଲିଛି ତୈଳଦର, ଭୁବନେଶ୍ୱରରେ ୮୦ ଡେଇଁଲା ପେଟ୍ରୋଲ ଦାମ

patrol price hike

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସହ ତାଳ ଦେଇ ତୈଳ ଦର ବି କ୍ରମାଗତ ଭାବେ ବଢ଼ି ଚାଲିଛି। ଲଗାତର ୧୬ ଦିନ ପାଇଁ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ପେଟ୍ରୋଲର ଲିଟର ପିଛା ଦର ୩୩ ପଇସା ଓ ଡିଜେଲର ଲିଟର ପିଛା ଦର ୫୮ ପଇସା ବୃଦ୍ଧି ପାଇଛି।

Advertisment

ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୭୯.୫୬ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୭୮.୮୫ ଟଙ୍କା ହୋଇଛି। ଏହାର ଅର୍ଥ ୧୬ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲର ୯.୨୧ ଟଙ୍କା ଓ ଡିଜେଲ ଦର ୮.୫୫ ଟଙ୍କା ବଢ଼ିଲାଣି।

ସେହିପରି କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୮୧.୨୭ ଓ ଡିଜେଲର ଲିଟର ପିଛା ଦର ୭୪.୧୪ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୮୬ ଟଙ୍କା ପାର କରିଛି। ଏଠାରେ ପେଟ୍ରୋଲ ଦର ୮୬.୩୬ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୭୭.୨୪ ଟଙ୍କା ରହିଛି।

Advertisment

ଓଡ଼ିଶାରେ ପେଟ୍ରୋଲ ଦର ୮୦ ଟଙ୍କା ପାର କରିଛି। ରାଜଧାନୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୮୦.୧୩ ଟଙ୍କା ରହିଥିବା ବେଳେ ଡିଜେଲର ଲିଟର ପିଛା ଦର ୭୭.୦୪ ଟଙ୍କା ରହିଛି।

Diesel Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe