ଔଷଧ ଲେଖିବାକୁ ଡାକ୍ତରଙ୍କୁ ମହିଳା ଯୋଗାଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ: ଆପଣଙ୍କ ରୋଗ ପାଇଁ ଡାକ୍ତର ଯେଉଁ ଔଷଧ ଖାଇବାକୁ ପରାମର୍ଶ ଦେଉଛନ୍ତି ତାହା ଭିତରେ ରହିଛି ଔଷଧ କମ୍ପାନୀ ଓ ଡାକ୍ତରଙ୍କ ମଧ୍ୟରେ ଏକ ବଡ଼ ମଧୁଚନ୍ଦ୍ରିକା। ବଜାରରେ ଔଷଧ ପ୍ରବେଶ କରାଇବା ପାଇଁ ଡାକ୍ତରଙ୍କ ସାହାଯ୍ୟ ନେଇଥାନ୍ତି ଔଷଧ କମ୍ପାନୀ। କାରଣ ଡାକ୍ତରମାନେ ଔଷଧ ପ୍ରେସକ୍ରିପସନରେ ତାଙ୍କ କମ୍ପାନୀର ଔଷଧ ଲେଖିଲେ ଭଲ ବ୍ୟବସାୟ ହେବ। ଏଥିପାଇଁ କମ୍ପାନୀ ଔଷଧ ପ୍ରତିନିଧି ଜରିଆରେ ଡାକ୍ତରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭିତ ଦେଖାଇଥାନ୍ତି। ପୂର୍ବରୁ ମୋବାଇଲ, ମାଇକ୍ରୋଓଭେନ, […]

DOCTOR MEDICINE

DOCTOR MEDICINE

Subhransu Sekhar
  • Published: Friday, 29 November 2019
  • Updated: 29 November 2019, 01:43 PM IST

ନୂଆଦିଲ୍ଲୀ: ଆପଣଙ୍କ ରୋଗ ପାଇଁ ଡାକ୍ତର ଯେଉଁ ଔଷଧ ଖାଇବାକୁ ପରାମର୍ଶ ଦେଉଛନ୍ତି ତାହା ଭିତରେ ରହିଛି ଔଷଧ କମ୍ପାନୀ ଓ ଡାକ୍ତରଙ୍କ ମଧ୍ୟରେ ଏକ ବଡ଼ ମଧୁଚନ୍ଦ୍ରିକା। ବଜାରରେ ଔଷଧ ପ୍ରବେଶ କରାଇବା ପାଇଁ ଡାକ୍ତରଙ୍କ ସାହାଯ୍ୟ ନେଇଥାନ୍ତି ଔଷଧ କମ୍ପାନୀ। କାରଣ ଡାକ୍ତରମାନେ ଔଷଧ ପ୍ରେସକ୍ରିପସନରେ ତାଙ୍କ କମ୍ପାନୀର ଔଷଧ ଲେଖିଲେ ଭଲ ବ୍ୟବସାୟ ହେବ। ଏଥିପାଇଁ କମ୍ପାନୀ ଔଷଧ ପ୍ରତିନିଧି ଜରିଆରେ ଡାକ୍ତରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭିତ ଦେଖାଇଥାନ୍ତି।

ପୂର୍ବରୁ ମୋବାଇଲ, ମାଇକ୍ରୋଓଭେନ, ଇ-ଭାଉଚର, ବିଦେଶ ଗସ୍ତ, ଡେବିଟ କାର୍ଡ, କ୍ରେଡିଟ କାର୍ଡ ଆଦି ଅଫର କମ୍ପାନୀ ଦେଉଥିଲା। ହେଲେ ଏବେ କମ୍ପାନୀ ଡାକ୍ତରଙ୍କ ମନୋରଞ୍ଜନ ପାଇଁ ମହିଳାଙ୍କୁ ମଧ୍ୟ ଅଫର ଦେଉଛନ୍ତି। ଆଉ ଔଷଧ ପ୍ରତିନିଧିଙ୍କୁ କମ୍ପାନୀ ବ୍ୟବସାୟିକ ଟାର୍ଗେଟ ଅଧିକ ଦେଉଥିବାରୁ ଔଷଧ ପ୍ରତିନିଧିମାନେ ମଧ୍ୟ ଏଭଳି ଅଫର ଡାକ୍ତରଙ୍କୁ ଦେଉଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ନିକଟରେ ୬ଟି ସହରର ୭୫ଟି ଡାକ୍ତର, ୪୦ଟି ଔଷଧ ପ୍ରତିନିଧିଙ୍କୁ ନେଇ ଦୁଇ ଜଣ ସମାଜ ସଂସ୍କାରକ ଡାକ୍ତର ସର୍ଭେ କରିଥିଲେ। ଏହି ଡାକ୍ତରଙ୍କ ସର୍ଭେ କ୍ରମେ ଏହି ମଧୁଚନ୍ଦ୍ରିକାର ରହସ୍ୟ ସାମ୍ନାକୁ ଆସିଛି। ଏମିତିକି ୨୦ ପ୍ରତିଶତ ଡାକ୍ତର ସରକାରଙ୍କ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆର ଗାଇଡ ଲାଇନକୁ ମାନୁଥିବା ବେଳେ ବାକି ୮୦ ପ୍ରତିଶତ ଡାକ୍ତର ମାନୁନଥିବା ଏହି ସର୍ଭେରୁ ଜଣାପଡ଼ିଛି। ଅଧିକ ପଇସା ଲୋଭ ଦେଖାଇ ଡାକ୍ତରଙ୍କ ଉପରେ ମଧ୍ୟ ଔଷଧ କମ୍ପାନୀମାନେ ଚାପ ପ୍ରୟୋଗ କରୁଛନ୍ତି। ଯଦି ଡାକ୍ତରମାନେ ବ୍ୟବସାୟ ଦେବାରେ ବିଫଳ ହେଉଛନ୍ତି, ତାହେଲେ ତାଙ୍କୁ ମୃତ୍ୟୁ ଧମକ ଦିଆଯାଉଥିବା ଜଣାପଡ଼ିଛି।

ପୁନେ ସ୍ଥିତ ସାଥୀ ସ୍ୱାସ୍ଥ୍ୟ ସଂଗଠନ ସହ ଜଡ଼ିତ ଡାକ୍ତର ଅରୁଣ ଗଡରେ ଏବଂ ଡାକ୍ତର ଅର୍ଚ୍ଚନା ଗିଓ୍ୱାତେ ଏକ ୭୨ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଔଷଧ କମ୍ପାନୀମାନେ ବ୍ୟବସାୟିକ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି କିଭଳ ରଣନୀତି ଆପଣାଉଛନ୍ତି ଏବଂ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଗାଇଡ ଲାଇନ କିଭଳି କାର୍ଯ୍ୟକାରୀ ହେଉଛି ସେ ବାବଦରେ ଉଲ୍ଲେଖ କରିଛନ୍ତି। ଖାଲି ଆଲୋପାଥିକ ନୁହେଁ ଆୟୁର୍ବେଦିକ ଡାକ୍ତରମାନେ ମଧ୍ୟ ଔଷଧ ଲେଖିବାକୁ ଯାଇ ଅସାଧୁ ଉପାୟ ଅବଲମ୍ୱନ କରୁଥିବା ଜଣାପଡ଼ିଛି।

୨୦୧୬ରେ ମୋଦି ସରକାର ଆସିବା ପରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ ଔଷଧ କମ୍ପାନୀମାନଙ୍କୁ ସମାନ ବ୍ୟବସାୟିକ ପଦ୍ଧତି ଅନୁସରଣ କରିବାକୁ କୁହାଯାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଛି ଔଷଧ ଲେଖିବା ପାଇଁ କୌଣସି ପ୍ରକାର ଲାଞ୍ଚ ନେବା ଅପରାଧ। ହେଲେ ଏବେ ଏହି ନିୟମକୁ ଔଷଧ କମ୍ପାନୀମାନେ ଫୁ’ କରି ଉଡ଼ାଇ ଦେଇଛନ୍ତି। ସରକାର ମଧ୍ୟ ନିଜ ଆଇନର କାର୍ଯ୍ୟକାରିତାକୁ ନେଇ କେବେ ସମୀକ୍ଷା କରିନଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story