ସରକାରୀ ବିଜ୍ଞାପନରେ ଲାଗିପାରିବ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନରେ ଫଟୋ ରହିବା ନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ତାଙ୍କ ରାୟକୁ ଶୁକ୍ରବାର ପରିବର୍ତ୍ତନ କରିଛନ୍ତି। କୋର୍ଟ କହିଛନ୍ତି, ଏଣିକି ସରକାରୀ ବିଜ୍ଞାପନଗୁଡ଼ିକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଫଟୋ ସରକାର ଲଗାଇପାରିବେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ବର୍ଷ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସରକାରୀ ବିଜ୍ଞାପନଗୁଡ଼ିକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଅବା ମନ୍ତ୍ରୀଙ୍କ ଫଟୋ ଲାଗି ପାରିବ ନାହିଁ। ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ […]

supremecourt

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 08:11 AM IST

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନରେ ଫଟୋ ରହିବା ନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ତାଙ୍କ ରାୟକୁ ଶୁକ୍ରବାର ପରିବର୍ତ୍ତନ କରିଛନ୍ତି। କୋର୍ଟ କହିଛନ୍ତି, ଏଣିକି ସରକାରୀ ବିଜ୍ଞାପନଗୁଡ଼ିକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଫଟୋ ସରକାର ଲଗାଇପାରିବେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ବର୍ଷ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସରକାରୀ ବିଜ୍ଞାପନଗୁଡ଼ିକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଅବା ମନ୍ତ୍ରୀଙ୍କ ଫଟୋ ଲାଗି ପାରିବ ନାହିଁ। ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ ଲାଗିବା ଉପରେ ବି ସର୍ବୋଚ୍ଚ ନ୍ୟାୟାଳୟ ରୋକ ଲଗାଇଥିଲେ। ଏହାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିରୋଧ କରିଥିଲେ।

Related story