ଆମ୍ବେଦକର ନ୍ୟାସ୍‌ନାଲ୍ ମେମୋରିଆଲ୍‌ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମାବାର ଦିଲ୍ଲୀରେ ବି.ଆର.ଆମ୍ବେଦକର ନ୍ୟାସ୍‌ନାଲ୍‌ ମେମୋରିଆଲ୍‌ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୋଦି କହିଥିଲେ,“ଆମ୍ବେଦକର ନ୍ୟାସ୍‌ନାଲ୍‌ ମେମୋରିଆଲ୍‌ ହେବା ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ହୋଇପାରେ ଏହା ମୋ ଭାଗ୍ୟରେ ହିଁ ଲେଖା ହୋଇଥିଲା। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ  ଆମ୍ବେଦକର ମେମୋରିଆଲ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ବାଜପେୟୀଙ୍କ ପରେ ଯେଉଁ ସରକାର ଆସିଲା ସେମାନେ ଏ ସମ୍ପର୍କରେ କିଛି ଭାବିଲେ […]

ambedkar

Rakesh Mallick
  • Published: Monday, 21 March 2016
  • , Updated: 21 March 2016, 07:58 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମାବାର ଦିଲ୍ଲୀରେ ବି.ଆର.ଆମ୍ବେଦକର ନ୍ୟାସ୍‌ନାଲ୍‌ ମେମୋରିଆଲ୍‌ର ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ମୋଦି କହିଥିଲେ,“ଆମ୍ବେଦକର ନ୍ୟାସ୍‌ନାଲ୍‌ ମେମୋରିଆଲ୍‌ ହେବା ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ହୋଇପାରେ ଏହା ମୋ ଭାଗ୍ୟରେ ହିଁ ଲେଖା ହୋଇଥିଲା। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ  ଆମ୍ବେଦକର ମେମୋରିଆଲ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ବାଜପେୟୀଙ୍କ ପରେ ଯେଉଁ ସରକାର ଆସିଲା ସେମାନେ ଏ ସମ୍ପର୍କରେ କିଛି ଭାବିଲେ ନାହିଁ। କାରଣ ସେମାନଙ୍କ ହୃଦୟରେ ବାବା ସାହେବ ଆମ୍ବେଦକର ନାହାନ୍ତି। ମୁଁ ୨୦୧୮ ଏପ୍ରିଲ ୧୪ ତାରିଖରେ ମୁଁ ଆମ୍ବେଦକର ନ୍ୟାସନାଲ ମେମୋରିଆଲର ଉଦଘାଟନ କରିବାକୁ ଆସିବି।”

ପ୍ରଧାନମନ୍ତ୍ରୀ କହିଥିଲେ,“ବାବା ସାହେବଙ୍କୁ ଦଳିତଙ୍କ ମସିହା କହି ସୀମିତ ରଖିବା ଠିକ୍ ହେବ ନାହିଁ। ତାଙ୍କୁ କେବଳ ଭାରତରେ ବାନ୍ଧି ରଖିବା ବି ଠିକ୍ ନୁହେଁ। ସେ ସବୁ ସମାଜର ନେତା ଥିଲେ। ସେ ପୀଡ଼ିତଙ୍କ ସ୍ୱର ଥିଲେ। ଯେପରି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଜନୈତିକ ଏକତା ଆଣିଥିଲେ ସେହିପରି ବାବା ସାହେବ ସାମାଜିକ ଏକତା ଆଣିଥିଲେ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସେ ବି ବାବାସାହେବ ଆମ୍ବେଦକରଙ୍କର ଜଣେ ଭକ୍ତ। ଆମ୍ବେଦକରଙ୍କ ସ୍ୱପ୍ନଗୁଡ଼ିକୁ ପୂରଣ କରିବା ଦିଗରେ ତାଙ୍କ ସରକାର ଅଗ୍ରସର ହେଉଛନ୍ତି। ଆମ୍ବେଦକର ସ୍ୱପ୍ନ ଦେଖିଥିଲେ ଦେଶର ସବୁ ଲୋକଙ୍କ ନିକଟରେ ବିଦ୍ୟୁତ୍ ପହଞ୍ଚାଇବା ପାଇଁ। ସେ ଦିଗରେ ବର୍ତ୍ତମାନର ସରକାର କାମ କରୁଛନ୍ତି।

ସେହିଭଳି ସଂରକ୍ଷଣ ଦଳିତଙ୍କ ଅଧିକାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ସଂରକ୍ଷଣ ଉଠିବାର ପ୍ରଶ୍ନ ଉଠୁ ନାହିଁ। ଏ ନେଇ ବିରୋଧୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ।

Related story