ଚନ୍ଦ୍ରଯାନ ୨ ର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ସିକ୍ରେଟ ସେୟାର କଲେ ପିଏମ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଫଳତାରେ କିଭଳି ସଫଳତା ଖୋଜିବା ଦରକାର ଏହାର ଏକ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରଯାନ ୨କୁ ନେଇ ଏକ ସିକ୍ରେଟ ଶେୟାର କରିଛନ୍ତି। ଚନ୍ଦ୍ରଯାନ ୨ ଚନ୍ଦ୍ରରେ ପହଞ୍ଚିବା ବେଳେ ସାରା ଦେଶ ଚାହିଁଥିଲା। ହେଲେ ବୈଜ୍ଞାନିକମାନେ ଏହାକୁ ବିକଶିତ କରିଥିଲେ। ଆପଣମାନେ କିନ୍ତୁ କାହିଁକି ନଶୋଇ ମନଧ୍ୟାନ ଦେଇ ଦେଖୁଥିଲେ ବୋଲି ପ୍ରଶ୍ନ କରିଥିଲେ। ଯେତେବେଳେ ଚନ୍ଦ୍ରଯାନ ୨ ସଫ୍ସ ଲ୍ୟାଣ୍ଡିଂ କରିପାରିଲାନି […]

MODI PARIKHYA

Subhransu Sekhar
  • Published: Monday, 20 January 2020
  • , Updated: 20 January 2020, 01:37 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଫଳତାରେ କିଭଳି ସଫଳତା ଖୋଜିବା ଦରକାର ଏହାର ଏକ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରଯାନ ୨କୁ ନେଇ ଏକ ସିକ୍ରେଟ ଶେୟାର କରିଛନ୍ତି। ଚନ୍ଦ୍ରଯାନ ୨ ଚନ୍ଦ୍ରରେ ପହଞ୍ଚିବା ବେଳେ ସାରା ଦେଶ ଚାହିଁଥିଲା। ହେଲେ ବୈଜ୍ଞାନିକମାନେ ଏହାକୁ ବିକଶିତ କରିଥିଲେ। ଆପଣମାନେ କିନ୍ତୁ କାହିଁକି ନଶୋଇ ମନଧ୍ୟାନ ଦେଇ ଦେଖୁଥିଲେ ବୋଲି ପ୍ରଶ୍ନ କରିଥିଲେ। ଯେତେବେଳେ ଚନ୍ଦ୍ରଯାନ ୨ ସଫ୍ସ ଲ୍ୟାଣ୍ଡିଂ କରିପାରିଲାନି ସେତେବେଳେ ଏହାକୁ ନେଇ ଅନେକ ନିରୁତ୍ସାହିତ ହୋଇଥିଲେ। ବେଳେ ବେଳେ ବିଫଳତା ଆମ ସମସ୍ତଙ୍କୁ ନିରୁତ୍ସାହିତ କରିଦିଏ ବୋଲି ସେ କହିଛନ୍ତି।

‘ସେଦିନ ମୁଁ ଇସ୍ରୋ ସେଣ୍ଟରରେ ଥିଲି। ଗୋଟିଏ ସିକ୍ରେଟ ଶେୟାର କରିବାକୁ ଯାଇ କହୁଛି, ମୁଁ ଏହି କାର୍ଯ୍ୟକ୍ରମକୁ ନଆସେ ବୋଲି କେହି କେହି ତାଙ୍କୁ ପ୍ରସ୍ତାବ ଦେଇଥିଲେ। କାରଣ ଯଦି ବିଫଳ ହେବ ତା’ହେଲେ ଦେଶବାସୀଙ୍କୁ କ’ଣ କହିବେ? ହେଲେ ମୁଁ ଯିବା ଦରକାର ବୋଲି ପରାମର୍ଶଦାତାଙ୍କୁ କହିଥିଲି। ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ବୈଜ୍ଞାନିକଙ୍କ ମୁହଁ ମଳିନ ପଡ଼ିଯାଇଥିଲା। ଏହାପରେ ମୁଁ ଗୋଟିଏ ରୁମକୁ ଯାଇଥିଲି। ସେଠାରେ ବୈଜ୍ଞାନିକମାନେ ଚନ୍ଦ୍ରଯାନର ପ୍ରକୃତ ସ୍ଥିତି ବାବଦରେ ବୁଝାଇଥିଲେ। ଏହାପରେ ଚନ୍ଦ୍ରଯାନ ସଫ୍ଟ ଲ୍ୟାଣ୍ଡିଂ କରିନଥିବା କଥା ଜଣାପଡ଼ିଥିଲା।

ମୁଁ ରାତିରେ ମୋର ହୋଟେଲ ରୁମକୁ ପଳାଇ ଆସିଥିଲି। ପିଏମଓ କର୍ମଚାରୀ ମାନେ ମଧ୍ୟ ନିଜ ନିଜ ରୁମକୁ ଯାଇସାରିଥିଲେ। ହେଲେ ଚନ୍ଦ୍ରଯାନ ୨ ସଫ୍ଟ ଲ୍ୟାଣ୍ଡିଂ ନକରି ପାରିବାକୁ ନେଇ ମୁଁ ମଧ୍ୟ ଅନେକ ଚିନ୍ତା କରିଥିଲି। ସକାଳୁ ଉଠି ମୁଁ ଯଦି ଚାଲି ଯାଇଥାନ୍ତି ତା’ହେଲେ ଦେଶବାସୀ ମଧ୍ୟ କିଛି ଜାଣି ପାରିନଥାନ୍ତେ। ହେଲେ ମୁଁ କିନ୍ତୁ ସମସ୍ତ ବୈଜ୍ଞାନିକଙ୍କୁ ଏକାଠି ହୋଇ ଆସିବାକୁ କହିଥିଲି। ସେଠାରେ ସମସ୍ତଙ୍କ ସହ ଆଲୋଚନା କରିଥିଲି। ମୁଁ ମଧ୍ୟ ମୋର ମତ ବୈଜ୍ଞାନିକଙ୍କ ଆଗରେ ରଖିଥିଲି। ଏହାପରେ ବୈଜ୍ଞାନିକଙ୍କ ପରିଶ୍ରମକୁ ପ୍ରଶଂସା କରି ତାଙ୍କ ମନୋବଳକୁ ବଢ଼ାଇଥିଲି। ଏହାପରେ ହଠାତ୍ ବୈଜ୍ଞାନିକଙ୍କ ମନରେ ଥିବା ବିଫଳତାର ଭୟ ଉଭେଇ ଯାଇଥିଲା। ଖାଲି ବୈଜ୍ଞାନିକଙ୍କର ନୁହେଁ ସାରା ଦେଶର ମାନସିକତା ମଧ୍ୟ ପରିବର୍ତ୍ତନ ହୋଇଯାଇଥିଲା। ସମସ୍ତେ ବିଫଳତା ଭୁଲି ଆଗକୁ ବଢ଼ିବା ପାଇଁ ବୈଜ୍ଞାନିକଙ୍କୁ ପରାମର୍ଶ ଦେଇଥିଲେ’।

ଏହି ଉଦାହରଣ ଦେବାର କାରଣ ଦେବାକୁ ଯାଇ ମୋଦି କହିଛନ୍ତି, ବିଫଳତାରେ ମଧ୍ୟ ସଫଳତାର ବାଟ ଖୋଜି ହେବ। ସମସ୍ତ ପ୍ରୟାସରେ ଉତ୍ସାହ ରହିବାର ଆବଶ୍ୟକତା ରହିଛି। ଯଦି ବିଫଳ ହୋଇଛି କହି ଧରି ବସିବା ତା’ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଆଗକୁ ବଢ଼ି ହେବ ନାହିଁ ବୋଲି ମୋଦି କହିଛନ୍ତି।

Related story