ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶରେ ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ୟୁପି, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ କହିଛନ୍ତି ଯେ ଯଦି ଦିନେ ଦୁଇ ଦିନ ଲକଡାଉନ୍ କଥା ବିଚାର କରୁଛ ତାହେଲେ ଏହା କେତେ ପ୍ରଭାବଶାଳୀ ଅନୁଶୀଳନ କରିବ ଉଚିତ। ଏବେ […]

modi1

modi1

Subhransu Sekhar
  • Published: Wednesday, 23 September 2020
  • Updated: 23 September 2020, 08:58 PM IST

Sports

Latest News

ନୂଆଦିଲ୍ଲୀ: କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶରେ ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ୟୁପି, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ କହିଛନ୍ତି ଯେ ଯଦି ଦିନେ ଦୁଇ ଦିନ ଲକଡାଉନ୍ କଥା ବିଚାର କରୁଛ ତାହେଲେ ଏହା କେତେ ପ୍ରଭାବଶାଳୀ ଅନୁଶୀଳନ କରିବ ଉଚିତ। ଏବେ ଯାହା ସ୍ଥିତି ଲକଡାଉନ୍ ହେଲେ ରାଜ୍ୟର ଅର୍ଥନୀତି ଉପରେ ନଜର ରଖିବା ଉଚିତ। ଯଦି ଲକଡାଉନ୍ କାରଣରୁ ଅର୍ଥନୀକି ବିଗିଡିବ ତାହେଲେ ସ୍ଥିତି ଜଟିଳ ହୋଇଯିବ। ଏହାବା୍ଦ୍ ଟେଷ୍ଟି, ଆକ୍ରାନ୍ତଙ୍କ କଣ୍ଟାକ୍ଟ ହିଷ୍ଟ୍ରି ଆଦି କିଭଳି ଶୀଘ୍ର ଚିହ୍ନଟ କରି ହେବ ସେ ବାବଦରେ ଦେଖିବା ଉଚିତ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶରେ ୭୦୦ରୁ ଅଧିକ ଜିଲ୍ଲା ରହିଛି। ହେଲେ ୬୦ଟି ଜିଲ୍ଲାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ଜିଲ୍ଲା ୭ ରାଜ୍ୟରେ ରହିଛି। ୭ ଦିନିଆ କାର୍ଯ୍ୟକ୍ରମ ସ୍ଥିର କରି ପ୍ରତିଦିନ ଗୋଟିଏ ଘଣ୍ଟା ଗୋଟିଏ ଜିଲ୍ଲା କିମ୍ୱା ବ୍ଲକର ଲୋକଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଲୋକଙ୍କ କଥା ହେବା ଦରକାର ବୋଲି ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

କରୋନା ଚିକିତ୍ସା ପୂର୍ବ ଅପେକ୍ଷା ବିକଶିତ ହୋଇଛି। ବର୍ତ୍ତମାନ ଆମକୁ କରୋନା ସହ ଜଡିତ ଭିତ୍ତିଭୂମିକୁ ମଜବୁତ କରିବାକୁ ପଡିବ, ଯାହା ଆମର ସ୍ୱାସ୍ଥ୍ୟାବସ୍ଥା, ଟ୍ରାକିଂ କରିବାରେ ସହଯୋଗ କରୁଛି ବୋଲି ସେ କହିଛନ୍ତି।

ଭାରତ ଦୁନିଆରେ ଏକମାତ୍ର ଦେଶ ଯେଉଁଠି ମୃ୍ତ୍ୟୁ ସଂଖ୍ୟା ସବୁଠୁ କମ୍। ଏଭଳି ପରିସ୍ଥିତିରେ ଔଷଧ ସହଜରେ ମିଳିବା ଦରକାର ବୋଲି ସେ କହିଛନ୍ତି। ଏଥିସହ ରାଜ୍ୟ ରାଜ୍ୟ ମଧ୍ୟରେ ଔଷଧ କିଭଳି ପହଞ୍ଚିବ ସେ ଦିଗରେ ଗୁରୁତ୍ୱ ଦିଆଯିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos