ମୋଦିଙ୍କୁ ସମସ୍ୟା ଜଣାଇବାର ତିନି ଘଣ୍ଟା ମଧ୍ୟରେ ପ୍ରୀତିଙ୍କ ଘରକୁ ଆସିଲେ ଜିଲ୍ଲାପାଳ

ଆଗ୍ରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହିଳା ନିଜର ସମସ୍ୟା ଜଣାଇଥିଲେ। ସମସ୍ୟା ଜଣାଇବାର ତିନି ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ସମସ୍ୟାର ସମାଧାନ କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ସ୍ୱନିଧି ଯୋଜନା ପ୍ରସଙ୍ଗରେ ଆଗ୍ରା ଜିଲ୍ଲାର ମହିଳାଙ୍କ ସହ କଥା ହେଉଥିଲେ। ଏହି ସମୟରେ ଆଗ୍ରାର ପ୍ରୀତି ପାଠକ ନାମକ ମହିଳା ନରେନ୍ଦ୍ର ମୋଦିଙ୍କୁ ନିଜର ସମସ୍ୟା ଜଣାଇଥିଲେ। ସେ କହିଥିଲେ ତାଙ୍କ ସ୍ୱାମୀଙ୍କର ପାଦରେ ସମସ୍ୟା ରହିଛି। ସେ ପାଇଁ […]

agra-sixteen_nine

agra-sixteen_nine

Subhransu Sekhar
  • Published: Wednesday, 28 October 2020
  • Updated: 28 October 2020, 01:39 PM IST

Sports

Latest News

ଆଗ୍ରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହିଳା ନିଜର ସମସ୍ୟା ଜଣାଇଥିଲେ। ସମସ୍ୟା ଜଣାଇବାର ତିନି ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ସମସ୍ୟାର ସମାଧାନ କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ସ୍ୱନିଧି ଯୋଜନା ପ୍ରସଙ୍ଗରେ ଆଗ୍ରା ଜିଲ୍ଲାର ମହିଳାଙ୍କ ସହ କଥା ହେଉଥିଲେ। ଏହି ସମୟରେ ଆଗ୍ରାର ପ୍ରୀତି ପାଠକ ନାମକ ମହିଳା ନରେନ୍ଦ୍ର ମୋଦିଙ୍କୁ ନିଜର ସମସ୍ୟା ଜଣାଇଥିଲେ।

ସେ କହିଥିଲେ ତାଙ୍କ ସ୍ୱାମୀଙ୍କର ପାଦରେ ସମସ୍ୟା ରହିଛି। ସେ ପାଇଁ ତାଙ୍କ ପରିବାର ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ତାଙ୍କ ସ୍ୱାମୀ ଫଳ ଦୋକାନୀ। ଲକଡାଉନ୍ ବେଳେ ଅର୍ଥ ଅଭାବ ହେବାରୁ ସ୍ୱନିଧି ଯୋଜନାରେ ୧୦ ହଜାର ଟଙ୍କା ଋଣ ନେଇଥିଲେ। ଏବେ ବ୍ୟବସାୟ ପୁଣିଥରେ ଆରମ୍ଭ ହୋଇଛି ବୋଲି ପ୍ରୀତୀ ମୋଦିଙ୍କୁ କହିଥିଲେ।

https://twitter.com/PrabhuNs_/status/1321070788645064704

ଏହାପରେ ସ୍ଥାନୀୟ ଜିଲ୍ଲାପାଳ, ତହସିଲଦାର ସମେତ ବରିଷ୍ଠ ଅଧିକାରୀ ମାନେ ପ୍ରୀତିଙ୍କ ଘରେ ପହଞ୍ଚିଥିଲେ। ଏନେଇ ଆଗ୍ରା ଜିଲ୍ଲାର ପ୍ରଭୁ ଏନ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos