ଅଷ୍ଟ୍ରେଲିଆରେ ସବୁଠୁ ବଡ଼ ସାଇବର ଆଟାକ

କାନବେରା: ଅଷ୍ଟ୍ରେଲିଆରେ ସବୁଠାରୁ ବଡ ସାଇବର ଆଟାକ ବା ଆକ୍ରମଣ ହୋଇଛି। ସରକାର ଏବଂ ବିଭିନ୍ନ ଅନୁଷ୍ଠାନକୁ ହ୍ୟାକର ମାନେ ଟାର୍ଗେଟ୍ କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହି ସୂଚନା ଦେଇଛନ୍ତି। ହ୍ୟାକିଂ ପଛରେ ଗୋଟିଏ ଅତ୍ୟାଧୁନିକ ସାଇବର ଗ୍ରୁପ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ପ୍ରତ୍ୟେକ ବିଭାଗକୁ ହ୍ୟାକରମାନେ ଆକ୍ରମଣ କରିଥିବା ସୂଚନା ରହିଛି। ଜୁରୁରୀ ସେବା ପ୍ରଦାନକାରୀ ଏବଂ ବ୍ୟବସାୟ ଉପରେ ମଧ୍ୟ ସାଇବର ଆକ୍ରମଣ ହୋଇଥିବା ସୂଚନା ରହିଛି। ଏହି ସାଇବର […]

AUS PM

Subhransu Sekhar
  • Published: Friday, 19 June 2020
  • , Updated: 19 June 2020, 05:16 PM IST

କାନବେରା: ଅଷ୍ଟ୍ରେଲିଆରେ ସବୁଠାରୁ ବଡ ସାଇବର ଆଟାକ ବା ଆକ୍ରମଣ ହୋଇଛି। ସରକାର ଏବଂ ବିଭିନ୍ନ ଅନୁଷ୍ଠାନକୁ ହ୍ୟାକର ମାନେ ଟାର୍ଗେଟ୍ କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହି ସୂଚନା ଦେଇଛନ୍ତି। ହ୍ୟାକିଂ ପଛରେ ଗୋଟିଏ ଅତ୍ୟାଧୁନିକ ସାଇବର ଗ୍ରୁପ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ସରକାରଙ୍କ ପ୍ରତ୍ୟେକ ବିଭାଗକୁ ହ୍ୟାକରମାନେ ଆକ୍ରମଣ କରିଥିବା ସୂଚନା ରହିଛି। ଜୁରୁରୀ ସେବା ପ୍ରଦାନକାରୀ ଏବଂ ବ୍ୟବସାୟ ଉପରେ ମଧ୍ୟ ସାଇବର ଆକ୍ରମଣ ହୋଇଥିବା ସୂଚନା ରହିଛି। ଏହି ସାଇବର ଆକ୍ରମଣ ଅଷ୍ଟ୍ରେଲିଆର ଏକ ସଂସ୍ଥା କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ହ୍ୟାକରମାନେ କୌଣସି ପ୍ରମୁଖ ବ୍ୟକ୍ତିଗତ ତଥ୍ୟ ଚୋରି କରି ନାହାନ୍ତି। ବର୍ତ୍ତମାନ ଦେଶର ସୁରକ୍ଷା ଏଜେନ୍ସି ହ୍ୟାକରଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ସେ କହିଛନ୍ତି। ଏହି କାର୍ଯ୍ୟକଳାପ ଗତ କିଛି ମାସ ଧରି ଚାଲିଆସୁଛି ବୋଲି ମୋରିସନ କହିଛନ୍ତି।

ଅଷ୍ଟ୍ରେଲିଆରେ ଏହି ପ୍ରକାର ସାଇବର ଆକ୍ରମଣ ପ୍ରଥମ ଥର ନୁହେଁ। ଗତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆର ମୁଖ୍ୟ ରାଜନୀତିକ ଦଳ ଏବଂ ସଂସଦ ଉପରେ ମଧ୍ୟ ସାଇବର ଆକ୍ରମଣ ହୋଇଥିଲା। ସେମାନଙ୍କର କମ୍ପ୍ୟୁଟର ଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

Related story