‘ନ୍ୟାୟ’ ଯୋଜନା ଲାଗୁ କରିବାକୁ ମୋଦିଙ୍କୁ ରାହୁଲଙ୍କ ଅନୁରୋଧ

ନୂଆଦିଲ୍ଲୀ: ଗତବର୍ଷ ସାଧାରଣ ନିର୍ବାଚନ ବେଳେ ‘ନ୍ୟାୟ’ ଯୋଜାନର ଘୋଷଣା କରିଥିଲା କଂଗ୍ରେସ। ଏବେ ମହାମାରୀ ବେଳେ ଗରିବ, ଖଟିଖିଆ ଓ ସାଧାରଣ ଲୋକଙ୍କ ପାଇଁ ‘ନ୍ୟାୟ’ ଯୋଜନା କିଛି ମାସ ପାଇଁ ଲାଗୁ ହେବା ଦରକାର। ଏହାଦ୍ୱାରା ଲୋକମାନେ ଅଧିକ ଉପକୃତ ହେବେ। ଆଜି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜ ବାବଦରେ ପ୍ରଧାନମନ୍ତ୍ରୀ ପୁନର୍ବିଚାର କରିବା ଦରକାର ବୋଲି ସେ […]

Rahul

Subhransu Sekhar
  • Published: Saturday, 16 May 2020
  • , Updated: 16 May 2020, 05:14 PM IST

ନୂଆଦିଲ୍ଲୀ: ଗତବର୍ଷ ସାଧାରଣ ନିର୍ବାଚନ ବେଳେ ‘ନ୍ୟାୟ’ ଯୋଜାନର ଘୋଷଣା କରିଥିଲା କଂଗ୍ରେସ। ଏବେ ମହାମାରୀ ବେଳେ ଗରିବ, ଖଟିଖିଆ ଓ ସାଧାରଣ ଲୋକଙ୍କ ପାଇଁ ‘ନ୍ୟାୟ’ ଯୋଜନା କିଛି ମାସ ପାଇଁ ଲାଗୁ ହେବା ଦରକାର। ଏହାଦ୍ୱାରା ଲୋକମାନେ ଅଧିକ ଉପକୃତ ହେବେ। ଆଜି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜ ବାବଦରେ ପ୍ରଧାନମନ୍ତ୍ରୀ ପୁନର୍ବିଚାର କରିବା ଦରକାର ବୋଲି ସେ କହିଛନ୍ତି। ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ଦରକାର ବୋଲି ସେ କହିଛନ୍ତି।

ସମସ୍ତ ଦିଗ ଉପରେ ଚିନ୍ତା କରି ଲକଡାଉନ୍ ହଟାଇବା ଦରକାର। ବିଶେଷ କରି ଯେଉଁମାନେ ରୋଗରେ ଆକ୍ରାନ୍ତ ଏବଂ ବୃଦ୍ଧ ଲୋକଙ୍କୁ ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି। ଯେଉଁ ପ୍ୟାକେଜ୍ ଘୋଷଣା ହୋଇଛି ସେଥିରେ ଲୋକମାନେ ଋଣଗ୍ରସ୍ତ ହେବେ। ଏଭଳି ପ୍ୟାକେଜ ହୋଇଥିବାରୁ ସେ ନିରାଶ ବୋଲି କହିଛନ୍ତି। ଲୋକଙ୍କୁ ସମସ୍ୟାରୁ ଉଦ୍ଧାର ହେବା ପାଇଁ ନଗଦ ଟଙ୍କାର ଆବଶ୍ୟକତା ରହିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ନ୍ୟାୟ ଯୋଜନା ଲାଗୁ କରିବ ବୋଲି ଘୋଷଣା କରିଥିଲା। ଏହି ନ୍ୟାୟ ଯୋଜନାର ଅର୍ଥ ‘ନ୍ୟୁନତମ ଆୟ ଗ୍ୟାରେଣ୍ଟି ଯୋଜନା’। ଏହି ଯୋଜନାର ପ୍ରତି ଗରିବ ପରିବର ବାର୍ଷିକ ୭୨ ହଜାର ଟଙ୍କା ପାଇବ।

Related story