ସରକାର ଆଦେଶ ଦେଲେ ପିଓକେ ଆମର ହେବ: ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଏକ ଅଂଶ ହୋଇପାରିବ। ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ ବୋଲି ସେ କହିଛନ୍ତି। ଯଦି ସଂସଦ ନିର୍ଦ୍ଦେଶ ଦେବ ତା’ହେଲେ ପିଓକେ ଆମର ହେବ ବୋଲି ସେନା ପ୍ରମୁଖ କହିଛନ୍ତି। ସୂଚନାଯୋଗ୍ୟ, ପିଓକେ ଭାରତର […]

army-chief

Subhransu Sekhar
  • Published: Saturday, 11 January 2020
  • , Updated: 11 January 2020, 01:55 PM IST

ନୂଆଦିଲ୍ଲୀ: ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଏକ ଅଂଶ ହୋଇପାରିବ। ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ ବୋଲି ସେ କହିଛନ୍ତି।

ଯଦି ସଂସଦ ନିର୍ଦ୍ଦେଶ ଦେବ ତା’ହେଲେ ପିଓକେ ଆମର ହେବ ବୋଲି ସେନା ପ୍ରମୁଖ କହିଛନ୍ତି। ସୂଚନାଯୋଗ୍ୟ, ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରରେ ସ୍ଥିତି ସୁଧୁରିଛି। ଲୋକଙ୍କ ସମର୍ଥନ ମଧ୍ୟ ମିଳୁଛି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ମଧ୍ୟ ସେନାକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।

ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଏବେ ଦେଶର ସେନା ପ୍ରସ୍ତୁତ ଅଛି। ଏବେ ସେନାକୁ ଆହୁରି ମଜଭୁତ କରିବା ପାଇଁ ଆମୁଳଚୁଳ ପରିବର୍ତ୍ତନ ହେଉଛି ବୋଲି ସେ କହିଛନ୍ତି।

ଦେଶର ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ପଦବୀ ସୃଷ୍ଟି କରିଛନ୍ତି ସରକାର। ପୂର୍ବତନ ସେନା ମୁଖ୍ୟ ବିପୀନ ରାଓ୍ୱାତ ଏବେ ସିଡିଏସ ପଦବୀରୁ ନିଯୁକ୍ତ ହୋଇଛନ୍ତି। ସିଡିଏସ ଅଧିନରେ ଦେଶର ବାୟୁ, ସ୍ଥଳ ଏବଂ ନୌସେନା ରହିଛି।

Related story