ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହେଲେ ଆଇଏଏସ ଅଫିସର

ନୂଆଦିଲ୍ଲୀ: ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ ତାଙ୍କ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହେଲେ ନିର୍ବାଚନ ଅଧିକାରୀ। ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଫିସର ମହମ୍ମଦ ମହସିନଙ୍କୁ ଗତକାଲି ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ। କାହିଁକି ନିଲମ୍ବିତ ହେଲେ ଆଇଏଏସ ଅଫିସର? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ସୁରକ୍ଷା ରହିଛି। ଏହି ବ୍ୟବସ୍ଥାକୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ମହମ୍ମଦ ମହସିନ ଉଲ୍ଲଂଘନ କରିଥିବା ନିର୍ବାଚନ କମିଶନ କହିଛନ୍ତି […]

ias officer suspend

Subhransu Sekhar
  • Published: Thursday, 18 April 2019
  • , Updated: 18 April 2019, 11:21 AM IST

ନୂଆଦିଲ୍ଲୀ: ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ ତାଙ୍କ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହେଲେ ନିର୍ବାଚନ ଅଧିକାରୀ। ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଫିସର ମହମ୍ମଦ ମହସିନଙ୍କୁ ଗତକାଲି ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ।

କାହିଁକି ନିଲମ୍ବିତ ହେଲେ ଆଇଏଏସ ଅଫିସର?

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ସୁରକ୍ଷା ରହିଛି। ଏହି ବ୍ୟବସ୍ଥାକୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ମହମ୍ମଦ ମହସିନ ଉଲ୍ଲଂଘନ କରିଥିବା ନିର୍ବାଚନ କମିଶନ କହିଛନ୍ତି । ନିୟମ ଉଲ୍ଲଂଘନ ପରେ ପିଏମଓ ହସ୍ତକ୍ଷେପ କରିଥିଲା । ପରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲା। ଏହାପରେ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଯେଉଁଥିରେ ୧୯୯୬ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଏହି ଆଇଏଏସ ଅଫିସର ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା।

Related story