ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆଜିଠାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ରାଜ୍ୟପାଳ କେ.କେ ପଲଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସୋମବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାର ଠିକ୍ ଦିନକ ପୂର୍ବରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କଂଗ୍ରେସର କିଛି ବିଧାୟକଙ୍କ ବିଦ୍ରୋହ ଯୋଗୁଁ ବେଶ୍ କିଛି ଦିନ ହେଲା ଉତ୍ତରାଖଣ୍ଡରେ ରାଜନୈତିକ ସଂକଟ ଲାଗି ରହିଥିଲା। ପୁଣି ଗତକାଲି ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ବିରୋଧରେ ଘୋଡ଼ା ବେପାର […]

harish1

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 10:55 AM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆଜିଠାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ରାଜ୍ୟପାଳ କେ.କେ ପଲଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସୋମବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାର ଠିକ୍ ଦିନକ ପୂର୍ବରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

କଂଗ୍ରେସର କିଛି ବିଧାୟକଙ୍କ ବିଦ୍ରୋହ ଯୋଗୁଁ ବେଶ୍ କିଛି ଦିନ ହେଲା ଉତ୍ତରାଖଣ୍ଡରେ ରାଜନୈତିକ ସଂକଟ ଲାଗି ରହିଥିଲା। ପୁଣି ଗତକାଲି ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆସିଥିଲା। ଏ ନେଇ ଏକ ଭିଡିଓ ଜାରି କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଆସାମ ଗସ୍ତ ସାରି ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରିମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ। ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ଏଥିରେ ନିଷ୍ପତ୍ତି ହୋଇଥିଲା। ତା’ପରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କୁ ଏ ସଂପର୍କରେ ସୁପାରିଶ କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ନାପସନ୍ଦ କରିଛି। ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବ। ବିଜେପିର ଗଣତନ୍ତ୍ରରେ ବିଶ୍ୱାସ ନାହିଁ। ଏ କଥା ପୁଣି ପ୍ରମାଣିତ ହୋଇଯାଇଛି।

ହରିଶ ରାୱତଙ୍କ ବିରୋଧରେ ୯ ଜଣ କଂଗ୍ରେସ ବିଧାୟକ ବିଦ୍ରୋହ ଘୋଷଣା କରିଥିଲେ।

ବିଦ୍ରୋହୀ କଂଗ୍ରେସ ନେତାମାନେ ରାଷ୍ଟ୍ରପତି ଶାସନକୁ ସ୍ୱାଗତ କରିଛନ୍ତି। ବିଦ୍ରୋହୀ କଂଗ୍ରେସ ନେତା ବିଜୟ ବହୁଗୁଣା କହିଛନ୍ତି ଯେ ହରିଶ ରାୱତଙ୍କ ସରକାରକୁ ବରଖାସ୍ତ କରାଯିବାର ଆବଶ୍ୟକତା ରହିଥିଲା। ଏ ସରକାର ଦୁର୍ନୀତିରେ ବୁଡ଼ି ରହିଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣା କହିଛନ୍ତି ଯେ ରାଷ୍ଟ୍ରପତି ଶାସନ ବହୁ ଦିନ ଧରି ରାଜ୍ୟରେ ଲାଗିବା ଉଚିତ୍ ନୁହେଁ। ଏଣୁ ରାଜ୍ୟରେ ଅତିଶୀଘ୍ର ନିର୍ବାଚନ କରାଯାଉ।

Related story