ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଏକ ସଭାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ  ଯେଉଁଠିକୁ ଯାଉଛନ୍ତି ସେଠାରେ ବଡ ବଡ ସଭାର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଏହି ବିଷୟରେ ଜଣା ନାହିଁ  ଯେ ଏହି ଆୟୋଜନ ଯୋଗୁଁ କେତେ ଲୋକ  ଆହତ ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆନ୍ଧ୍ର ପ୍ରଦେଶର ଲୋକେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଯେଉଁ ବଡ ବଡ କଥା […]

rahul-gandhi

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 09:01 AM IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଏକ ସଭାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ  ଯେଉଁଠିକୁ ଯାଉଛନ୍ତି ସେଠାରେ ବଡ ବଡ ସଭାର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଏହି ବିଷୟରେ ଜଣା ନାହିଁ  ଯେ ଏହି ଆୟୋଜନ ଯୋଗୁଁ କେତେ ଲୋକ  ଆହତ ହେଉଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆନ୍ଧ୍ର ପ୍ରଦେଶର ଲୋକେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଯେଉଁ ବଡ ବଡ କଥା କହି ବିଜେପି କେନ୍ଦ୍ରରେ ସରକାର କଲା ।  କିନ୍ତୁ ଏବେ ଆମକୁ କଣ ଦେଇଛନ୍ତି ଲୋକ ପ୍ରଶ୍ନ କରିଛନ୍ତି।

ରାହୁଲ କହିଛନ୍ତି,  ଜମି ଅଧିକରଣ ବିଲକୁ ନେଇ କଂଗ୍ରେସ  ମୋଦି ସରକାର ଉପରେ  ଚାପ ପକାଉଛି।  ଏହା ଜାରି ରହିବା ଦରକାର କାରଣ ନରେନ୍ଦ୍ର ମୋଦି ଏହି ଭାଷା ବୁଝନ୍ତି। ରାଜ୍ୟବାସୀ ଯେବେ କିଛି ଦାବି କରୁଛନ୍ତି କେନ୍ଦ୍ର ସରକାର ପାଣି କାଦୁଅ  ଦେଉଛନ୍ତି।

ସେ କହିଛନ୍ତି, “ମୁଁ ଗର୍ବ ଅନୁଭବ କରୁଛି ଯେ ଆପଣମାନେ ଲୋକମାନେ କଂଗ୍ରେସର ସଚ୍ଚା ସିପାହୀ ଅଟନ୍ତି ଓ ଦଳ ପାଇଁ ଝାଳ ଓ ରକ୍ତ ବୁହାଇଛନ୍ତି। ମୁଁ ଗର୍ବିତ ଯେ ଲୋକଙ୍କ ପ୍ରସଙ୍ଗ ଉଠାଇବାରେ କଂଗ୍ରେସ ସବୁଠାରୁ ଆଗରେ ଅଛି।”

Related story