ରାଜନୀତିକୁ ଆସିଲେ ପ୍ରିୟଙ୍କା: ମିଳିଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ସେ ଦଳର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେ ଫେବ୍ରୁଆରୀ ମାସରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ। ପ୍ରିୟଙ୍କା ପୂର୍ବରୁ ପରୋକ୍ଷ ରାଜନୀତିରେ ଥିଲେ। ସେ ତାଙ୍କ ମା’, ଭାଇ ଓ ଦଳୀୟ ନେତାଙ୍କ ପ୍ରଚାର କରୁଥିଲେ। ତେବେ ଏବେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି। କଂଗ୍ରେସ […]

priyanka

Rakesh Mallick
  • Published: Wednesday, 23 January 2019
  • , Updated: 23 January 2019, 02:42 PM IST

ନୂଆଦିଲ୍ଲୀ: ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ସେ ଦଳର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେ ଫେବ୍ରୁଆରୀ ମାସରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ।

ପ୍ରିୟଙ୍କା ପୂର୍ବରୁ ପରୋକ୍ଷ ରାଜନୀତିରେ ଥିଲେ। ସେ ତାଙ୍କ ମା’, ଭାଇ ଓ ଦଳୀୟ ନେତାଙ୍କ ପ୍ରଚାର କରୁଥିଲେ। ତେବେ ଏବେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି।

କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ଦ୍ୱାରା ଦଳୀୟ କର୍ମୀଙ୍କ ମନୋବଳ ବଢ଼ିବ ବୋଲି କହିଛନ୍ତି ଅନେକ ଦଳୀୟ ନେତା।

ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ଦାୟିତ୍ୱ ଦିଆଯାଇଛି।

ପ୍ରିୟଙ୍କାଙ୍କୁ ଦାୟିତ୍ୱ ମିଳିବା ପରେ କଂଗ୍ରେସ୍‌ କର୍ମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଏଆଇଏସ୍‌ଏସ୍‌ ସମ୍ପାଦକ ଶରତ ରାଉତ କହିଛନ୍ତି, “ଏହା ଆନନ୍ଦର ବିଷୟ। ପୂର୍ବରୁ ସେ ପରୋକ୍ଷରେ କଂଗ୍ରେସ ପାଇଁ କାମ କରୁଥିଲେ। ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ପାଇଁ ନିର୍ବାଚନ ସମୟରେ ପ୍ରଚାର କରୁଥିଲେ। ଏବେ ସେ ସିଧାସଳଖ ରାଜନୀତିରେ ପ୍ରବେଶ କରୁଛନ୍ତି। ଏହା ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବ ଓ କଂଗ୍ରେସ ପ୍ରତି ସେମାନଙ୍କର ବିଶ୍ୱାସ ଜନ୍ମାଇବ।”

ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି, “ଦେଶରେ ଲୋକଙ୍କ ମନୋଭାବକୁ ଦେଖି ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି। ଏହାଦ୍ୱାରା ପୂରା ଦେଶରେ କଂଗ୍ରେସ ମଜଭୁତ ହେବ। ଇନ୍ଦିରା ଗାନ୍ଧିଙ୍କ ପରି ସବୁ ବର୍ଗର ଲୋକଙ୍କୁ ନେଇ କେମିତି କାମ କରିବାକୁ ହୁଏ, ତାହା ତାଙ୍କୁ ଜଣା। ସମସ୍ତଙ୍କୁ କେମିତି ନ୍ୟାୟ ମିଳିବ ସେ ଭାବନା ତାଙ୍କ ପାଖରେ ରହିଛି, ଯାହା ଆଗାମୀ ଦିନରେ କଂଗ୍ରେସ୍‌କୁ ସୁଫଳ ଦେବ।”

Related story