ୟୁକ୍ରେନ ବିମାନ ଦୁର୍ଘଟଣା, ସୁପ୍ରିମ ଲିଡରଙ୍କ ଇସ୍ତଫା ଦାବି କଲେ ଦେଶବାସୀ

ତେହରାନ: ୟୁକ୍ରେନ ବିମାନ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି ଇରାନ୍। ଏହାପରେ ଇରାନର ସୁପ୍ରିମ ଲିଡର ଅଲ୍ଲୀ ଖାମେନେଇଙ୍କ ଇସ୍ତଫା ଦାବି କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଚେତାବନୀ ଦେଇଛନ୍ତି। ଯଦି ଆଉ ଥରେ ନରସଂହାର ପାଇଁ ଇରାନ ଚେଷ୍ଟା କରିବ ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଆମେରିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ବିମାନରେ କ୍ରିଉ ସଦସ୍ୟ ସହିତ […]

IRAN PROTEST

Subhransu Sekhar
  • Published: Sunday, 12 January 2020
  • , Updated: 12 January 2020, 02:45 PM IST

ତେହରାନ: ୟୁକ୍ରେନ ବିମାନ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି ଇରାନ୍। ଏହାପରେ ଇରାନର ସୁପ୍ରିମ ଲିଡର ଅଲ୍ଲୀ ଖାମେନେଇଙ୍କ ଇସ୍ତଫା ଦାବି କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଚେତାବନୀ ଦେଇଛନ୍ତି। ଯଦି ଆଉ ଥରେ ନରସଂହାର ପାଇଁ ଇରାନ ଚେଷ୍ଟା କରିବ ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଆମେରିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ବିମାନରେ କ୍ରିଉ ସଦସ୍ୟ ସହିତ ମୋଟ୍ ୧୭୬ ଜଣ ଯାତ୍ରୀ ଥିଲେ।

ଶନିବାର ଇରାନର ରାଜଧାନୀ ତେହରାନରେ ଥିବା ଆମେରିକାର ଦୂତାବାସ ବାହାରେ ହଜାର ହଜାର ଲୋକ ପ୍ରଦର୍ଶନ କରୁଥିବା ବେଳେ ଅମିର କବିର ବିଶ୍ୱବିଦ୍ୟାଳୟ ବାହାରେ ଛାତ୍ରମାନେ ସରକାର ବିରୋଧରେ ଆନ୍ଦୋଳନ କରିଛନ୍ତି। ଏଥିସହ ବିମାନରେ ଥିବା ଇରାନର ନାଗରିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଇରାନ ମିସାଇଲ ଆକ୍ରମଣ କରି ୟୁକ୍ରେନର ଯେଉଁ ବିମାନକୁ ଦୁର୍ଘଟଣା କରିଛି ସେଥିରେ ସବୁଠାରୁ ଅଧିକ ନାଗରିକ ଇରାନର ଥିଲେ। ମୋଟ୍ ୧୭୬ ଯାତ୍ରୀଙ୍କ ମଧ୍ୟରୁ ଇରାନର ୮୨, କାନାଡାର ୬୩ ନାଗରିକ ଥିଲେ। ଏହାବାଦ୍ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆର ନାଗରିକ ମଧ୍ୟ ଥିଲେ। ୮ ଜାନୁଆରୀରେ ୟୁକ୍ରେନ ଅନ୍ତର୍ଜାତୀୟ ବିମାନ ବୋଇଂ ୭୩୭-୮୦୦ ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦର ନିକଟରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ହେଲେ ଏହାକୁ ଆମେରିକାର ଫାଇଟର ଜେଟ୍ ଭାବି ଭୁଲରେ ଇରାନ ମିସାଇଲ ଆକ୍ରମଣ କରିଥିଲା। ଫଳରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା।


ଇରାନ ରାଷ୍ଟ୍ରପତି ହସନ ରୁହାନି ମଧ୍ୟ ମାନଭୀୟ ଭୁଲ ବୋଲି କହିଛନ୍ତି। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ଜଭାଦ ଜରିଫ ମଧ୍ୟ ଟୁଇଟ୍ କରି କହିଥିଲେ, ଏହା ବହୁତ ଦୁଃଖଦ ଘଟଣା। ମୃତକଙ୍କ ପରିବାରବର୍ଗକୁ ଏହି ମାନବୀୟ ଭୁଲ୍ ପାଇଁ ସେ କ୍ଷମା ମାଗିଥିଲେ।

ବ୍ରିଟେନ ଏବଂ କାନାଡା ସରକାର ଦୁର୍ଘଟଣାର କାରଣ ଇରାନର ମିସାଇଲ ମାଡ଼ ପାଇଁ ହୋଇଛି ବୋଲି କହିଥିଲେ।

ସୂଚନାଯୋଗ୍ୟ, ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ୍ ଯୋଗେ ହତ୍ୟା କରିଛି। ଏହାପରେ ଇରାକରେ ଥିବା ଆମେରିକାର ଦୂତବାସ ଏବଂ ଏୟାରବେସ ପାଇଁ ଇରାନ ମିସାଇଲ ସାହାଯ୍ୟରେ ଆକ୍ରମଣ କରୁଛି। ଏହି ଆକ୍ରମଣ କରିବା ବେଳେ ୟୁକ୍ରେନର ବିମାନଟି ଆକାଶରେ ଉଡ଼ୁଥିବା ଦେଖି ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଥିଲା ବୋଲି ଜଣାପଡ଼ିଛି।

Related story