ନାଗରିକତା ଆଇନକୁ ନେଇ କ’ଣ କହିଥିଲେ ମନମୋହନ ସିଂହ? ବିଜେପି ଜାରି କଲା ଭିଡିଓ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି। ବିରୋଧୀ ସିଏଏକୁ ବିରୋଧ କରି ଗୋଟିଏ ପରେ ଗୋଟିଏ କମାଣ ଶାସକ ଦଳ ବିରୋଧରେ ଖଞ୍ଜୁଥିବା ବେଳେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କ ଉଦ୍ଦେଶ୍ୟରେ ପୂର୍ବତନ ମନମୋହନ ସିଂହଙ୍କ ଏକ ମନ୍ତବ୍ୟର ଭିଡିଓ ଜାରି କରିଛି। ୨୦୦୩ରେ ରାଜ୍ୟସଭାରେ ମନମୋହନ ସିଂହ କହିଥିବା ଏକ ଭିଡିଓକୁ ଜାରି କରିଛି ବିଜେପି। ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବେ ମନମୋହନ ସିଂହ କହିଥିଲେ, ପାକିସ୍ତାନ […]

Manmohan-Singh-final

Subhransu Sekhar
  • Published: Thursday, 19 December 2019
  • , Updated: 19 December 2019, 04:21 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି। ବିରୋଧୀ ସିଏଏକୁ ବିରୋଧ କରି ଗୋଟିଏ ପରେ ଗୋଟିଏ କମାଣ ଶାସକ ଦଳ ବିରୋଧରେ ଖଞ୍ଜୁଥିବା ବେଳେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କ ଉଦ୍ଦେଶ୍ୟରେ ପୂର୍ବତନ ମନମୋହନ ସିଂହଙ୍କ ଏକ ମନ୍ତବ୍ୟର ଭିଡିଓ ଜାରି କରିଛି। ୨୦୦୩ରେ ରାଜ୍ୟସଭାରେ ମନମୋହନ ସିଂହ କହିଥିବା ଏକ ଭିଡିଓକୁ ଜାରି କରିଛି ବିଜେପି। ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବେ ମନମୋହନ ସିଂହ କହିଥିଲେ, ପାକିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଉତ୍ପୀଡନାର ଶିକାର ହୋଇଥିବା ଶରଣାର୍ଥୀଙ୍କ ପ୍ରତି ସରକାର ସହାନୁଭୂତି ଦେଖାଇବା ଦରକାର।

https://twitter.com/BJP4India/status/1207542398282162177

ସେତେବେଳେ ବିଜେପି ସରକାରରେ ଥିଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ। ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଉଦବୋଧନ ଦେବାକୁ ଯାଇ ମନମୋହନ ସିଂହ ଏଭଳି କହିଥିଲେ। ସେ ଆହୁରି କହିଥିଲେ, ‘ମୁଁ ଶରଣାର୍ଥୀଙ୍କ ସଙ୍କଟ ବାବଦରେ ଗୃହରେ ଉପସ୍ଥାପନ କରୁଛି। ଦେଶ ବିଭାଜନ ପରେ ଆମ ପଡ଼ୋଶୀ ଦେଶ ବାଂଲାଦେଶରେ ଧାର୍ମିକ ଆଧାରରେ ନାଗରିକ ମାନେ ଉତ୍ପୀଡନର ଶିକାର ହୋଇଛନ୍ତି। ଯଦି ସେଠିକାର ଲୋକମାନେ ଭାରତର ଶରଣରେ ପଶିଛନ୍ତି, ତାହେଲେ ସରକାର ତାଙ୍କୁ ନାଗରକିତ୍ୱ ଦେବା ଦରକାର। ଏମାନଙ୍କୁ ନାଗରିକତ୍ୱ ଦେବା ପାଇଁ ଆମ ସରକାରର ବ୍ୟବହାର ଉଦାରପୂର୍ଣ୍ଣ ରହିବା ଆବଶ୍ୟକ। ମୁଁ ଗମ୍ଭୀର ଭାବରେ ନାଗରିକତା ସଂଶୋଧନ ବିଧେୟକ ବାବଦରେ ଉପ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି’।

କେନ୍ଦ୍ର ସରକାର ଧାର୍ମିକ ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ଦେଉଥିବା ଅଭିଯୋଗ ଆଣି ଆଜି ବିରୋଧୀ ସରକାରକୁ ଘେରିଛନ୍ତି। କଂଗ୍ରେସ ସମେତ ଅନେକ ଦଳ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକ ମନ୍ତବ୍ୟ ଜାରି କରି ବିଜେପି କଂଗ୍ରେସ ଓ ବିରୋଧୀଙ୍କୁ ଜବାବ ଦେଇଛି। ବିଜେପି ଏହି ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛି।

Related story