ପି.ଏ.ସାଙ୍ଗମାଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ପି.ଏ. ସାଙ୍ଗମା (୬୮)ଙ୍କ ପରଲୋକ ହୋଇଯାଇଛି। ଦିଲ୍ଲୀରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅତ୍ୟନ୍ତ ମେଳିପି ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସଂସଦରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ୮ ତାରିଖ ଯାଏଁ ଗୃହକୁ ମୁଲତବି କରି ଦିଆଯାଇଛି। ସ୍ୱର୍ଗତ ସାଙ୍ଗମା ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ମେଘାଳୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ […]

PA_Sangma

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 11:13 AM IST

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ପି.ଏ. ସାଙ୍ଗମା (୬୮)ଙ୍କ ପରଲୋକ ହୋଇଯାଇଛି। ଦିଲ୍ଲୀରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅତ୍ୟନ୍ତ ମେଳିପି ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସଂସଦରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ୮ ତାରିଖ ଯାଏଁ ଗୃହକୁ ମୁଲତବି କରି ଦିଆଯାଇଛି।

ସ୍ୱର୍ଗତ ସାଙ୍ଗମା ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ମେଘାଳୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ। ଲୋକସଭାରେ ଏକାଦଶ ବାଚସ୍ପତି ଥିଲେ। ସେ ଲୋକସଭାକୁ ୮ଥର ନିର୍ବାଚିତ ହୋଇଥିଲେ। ସେ ଏନସିପିର କୋ ଫାଉଣ୍ଡର ମଧ୍ୟ ଥିଲେ। ଗତ ରାଷ୍ଟ୍ରପତି ନିର୍ବାଚନରେ ସ୍ୱର୍ଗତ ସାଙ୍ଗମା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସାଙ୍ଗମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ସୁମିତ୍ରା ମହାଜନ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାଙ୍ଗମାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

Related story