ୟୁପି ନିର୍ବାଚନରେ ବିଜେପି ଜିତିବ: ଅମିତ ଶାହା

ନୂଆଦିଲ୍ଲୀ: ୟୁପିରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ସାହା ତାଙ୍କ ଦଳ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, “ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଲଢେଇ ବିଜେପି ଓ ସମାଜବାଦ ପାର୍ଟି ମଧ୍ୟରେ ହେବ। ଏଥିରେ ବିଜେପି ବାଜି ମାରିବ।” ସେ କହିଛନ୍ତି, “ଏହି ନିର୍ବାଚନରେ ବିକାଶ ମୁଖ୍ୟ ଅସ୍ତ୍ର ହେବ। ଉତ୍ତରପ୍ରଦେଶର ଜନତାମାନେ ବିଜେପିକୁ ପସନ୍ଦ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁକରଣରେ ଦଳ ଯୁପିର ବିକାଶ ପାଇଁ ସନ୍ଦେଶ […]

amit-shah

Rakesh Mallick
  • Published: Friday, 26 August 2016
  • , Updated: 26 August 2016, 07:43 PM IST

ନୂଆଦିଲ୍ଲୀ: ୟୁପିରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ସାହା ତାଙ୍କ ଦଳ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, “ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଲଢେଇ ବିଜେପି ଓ ସମାଜବାଦ ପାର୍ଟି ମଧ୍ୟରେ ହେବ। ଏଥିରେ ବିଜେପି ବାଜି ମାରିବ।”

ସେ କହିଛନ୍ତି, “ଏହି ନିର୍ବାଚନରେ ବିକାଶ ମୁଖ୍ୟ ଅସ୍ତ୍ର ହେବ। ଉତ୍ତରପ୍ରଦେଶର ଜନତାମାନେ ବିଜେପିକୁ ପସନ୍ଦ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁକରଣରେ ଦଳ ଯୁପିର ବିକାଶ ପାଇଁ ସନ୍ଦେଶ ନେଇ ଯିବ।”

ଶାହା କହିଛନ୍ତି, “ଗୁଜରାଟରେ ଦଳିତ ଲୋକମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ରାଜନୀତି ପ୍ରଣୋଦିତ। ବିଶ୍ୱବିଦ୍ୟାଳୟରେ  ଯୁବକ ଯୁବତୀମାନେ ଅନ୍ଦୋଳନ କରୁଛନ୍ତି। ଏହାକୁ ରାଜନୀତି ପ୍ରଣୋଦିତ କରାଯାଇ ବଢ଼ାଇ  ଦିଆଯାଉଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ପି. ପଟେଲଙ୍କ ସହ ମୋର ଭଲ ସଂପର୍କ ।”

Related story