ସ୍କୁଲ ବସ୍‌ରେ ନିଆଁ, ଜଳିଗଲେ ୪ ଛାତ୍ର

ସାଙ୍ଗୁର: ପଞ୍ଜାବର ସାଙ୍ଗୁରରେ ଏକ ସ୍କୁଲ ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୪ ଜଣ ଛାତ୍ର ଜବନ୍ତ ଜଳିଯାଇଛନ୍ତି। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସାଙ୍ଗୁରର ଲୋଙ୍ଗୋୱାଲ ସହରରେ ଏପରି ଘଟଣା ଘଟିଥିବା ଖବର ମିଳିଛି। ତେବେ ସ୍କୁଲ ବସ୍‌ରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପ୍ରାଥମିକ ସୂଚନା, ଘଟଣା ବାବଦରେ ପରେ ଅଧିକ ସୂଚନା ଦିଆଯାଇପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।