ରାହୁଲ ଗାନ୍ଧିର ପଞ୍ଜାବର ସବୁଠୁ ବଡ଼ ଶତ୍ରୁ: ସୁଖବୀର ସିଂହ ବାଦଲ

‌ଅମ୍ରିତସର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ପଞ୍ଜାବର ସବୁଠୁ ବଡ଼ ଶତ୍ରୁ। ପଞ୍ଜାବର ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଆଜି ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ରାହୁଲ ପଞ୍ଜାବର ଯୁବବର୍ଗକୁ ନିଶାଖୋର ବୋଲି କହିଛନ୍ତି। ସେ ପଞ୍ଜାବ ବିରୋଧୀ ଓ ଶିଖ ବିରୋଧୀ ବୋଲି ଅନେକ ପ୍ରମାଣ ରହିଛି।” ସେ କହିଛନ୍ତି,“ଯଦି କଂଗ୍ରେସ ଉପାଧ୍ୟକ୍ଷ ସତରେ ଭାବୁଛନ୍ତି ଯେ ପଞ୍ଜାବର ଯୁବବର୍ଗ ନିଶାଖୋର, ତା’ହେଲେ ସେ ଯୁବ କଂଗ୍ରେସ ନେତାଙ୍କ ଡୋପ୍ ଟେଷ୍ଟ୍ କରାଇ ନେବା ଉଚିତ୍।” […]

sukhbir

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 01:07 PM IST

‌ଅମ୍ରିତସର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ପଞ୍ଜାବର ସବୁଠୁ ବଡ଼ ଶତ୍ରୁ। ପଞ୍ଜାବର ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଆଜି ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ରାହୁଲ ପଞ୍ଜାବର ଯୁବବର୍ଗକୁ ନିଶାଖୋର ବୋଲି କହିଛନ୍ତି। ସେ ପଞ୍ଜାବ ବିରୋଧୀ ଓ ଶିଖ ବିରୋଧୀ ବୋଲି ଅନେକ ପ୍ରମାଣ ରହିଛି।”

ସେ କହିଛନ୍ତି,“ଯଦି କଂଗ୍ରେସ ଉପାଧ୍ୟକ୍ଷ ସତରେ ଭାବୁଛନ୍ତି ଯେ ପଞ୍ଜାବର ଯୁବବର୍ଗ ନିଶାଖୋର, ତା’ହେଲେ ସେ ଯୁବ କଂଗ୍ରେସ ନେତାଙ୍କ ଡୋପ୍ ଟେଷ୍ଟ୍ କରାଇ ନେବା ଉଚିତ୍।”

ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି,“ଶିରୋମଣି ଅକାଳୀ ଦଳ ଓ ବିଜେପିର ମିଳିତ ସରକାର ଅମଳରେ ପଞ୍ଜାବରେ ଅନେକ ଉନ୍ନୟନମୂଳକ କାମ ହୋଇଛି। କିନ୍ତୁ କଂଗ୍ରେସକୁ ସେସବୁ କିଛି ଦେଖାଯାଉନି। କଂଗ୍ରେସ କେବଳ ମିଛ କଥା କହୁଛି।”

Related story