ସଂସଦରେ ଅଦିନିଆ ବର୍ଷା ପ୍ରସଙ୍ଗ ଆଲୋଚନା ଲାଗି ରାହୁଲଙ୍କ ଦାବି

ନୂଆଦିଲ୍ଲୀ: ହରିୟାଣା ଓ ପଞ୍ଜାବ ସହ ବିଭିନ୍ନ ରାଜ୍ୟରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହେବା ପ୍ରସଙ୍ଗ ସୋମବାର ଲୋକସଭାରେ ଉଠିଥିଲା। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପ୍ରସଙ୍ଗ ଉଠାଇବା ସହ ସଂସଦରେ ଏ ବିଷୟରେ ଚର୍ଚ୍ଚା କରାଯିବାକୁ ଦାବି କରିଥିଲେ। ରାହୁଲ ଗୃହରେ କହିଥିଲେ, “କୃଷକଙ୍କୁ ନେଇ ସମସ୍ତେ ଚିନ୍ତିତ। ଗତବର୍ଷ କୃଷକଙ୍କ ସହ ଯାହା ଘଟିଲା ତାହା ଆଉ ଥରେ ନ ଘଟୁ। ଏହି ଘଟଣାରେ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ […]

rahul-gandhi

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 10:20 AM IST

ନୂଆଦିଲ୍ଲୀ: ହରିୟାଣା ଓ ପଞ୍ଜାବ ସହ ବିଭିନ୍ନ ରାଜ୍ୟରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହେବା ପ୍ରସଙ୍ଗ ସୋମବାର ଲୋକସଭାରେ ଉଠିଥିଲା। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପ୍ରସଙ୍ଗ ଉଠାଇବା ସହ ସଂସଦରେ ଏ ବିଷୟରେ ଚର୍ଚ୍ଚା କରାଯିବାକୁ ଦାବି କରିଥିଲେ।

ରାହୁଲ ଗୃହରେ କହିଥିଲେ, “କୃଷକଙ୍କୁ ନେଇ ସମସ୍ତେ ଚିନ୍ତିତ। ଗତବର୍ଷ କୃଷକଙ୍କ ସହ ଯାହା ଘଟିଲା ତାହା ଆଉ ଥରେ ନ ଘଟୁ। ଏହି ଘଟଣାରେ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ଆମେ ଚାହୁଁଛୁ। ସରକାର ଏ ବିଷୟରେ ଗୃହରେ ଆଲୋଚନା କରିବା ସହ ଗାଁକୁ ଯାଇ ଚାଷୀଙ୍କ କ୍ଷୟକ୍ଷତିର ଯାଞ୍ଚ କରି କ୍ଷତିପୂରଣ ଯୋଗାଇ ଦେଉ।”

Related story