‘ଦେଶକୁ ଭାଗ ଭାଗ କରିବାର ଉଦ୍ୟମ କରୁଛନ୍ତି ରାହୁଲ ଏବଂ ଓୱେସି’

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଭିଯୋଗ ଆଣିଛନ୍ତି ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ଏବଂ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଏହି ଦୁଇ ନେତା ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦୁଇ ନେତା ଦେଶରେ ଶୀତଳ ଯୁଦ୍ଧ ଆରମ୍ଭ କରିବାର ଉଦ୍ୟମ କରୁଛନ୍ତି। ଗିରିରାଜ କହିଛନ୍ତି, ରାହୁଲ ଗାନ୍ଧି, କଂଗ୍ରେସ, ଓୱେସି ଏବଂ ଟୁକ୍‌ଡ଼େ ଟୁକ୍‌ଡ଼େ […]

giriraj

Subrat Kumar Nayak
  • Published: Thursday, 26 December 2019
  • , Updated: 26 December 2019, 06:21 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଭିଯୋଗ ଆଣିଛନ୍ତି ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ଏବଂ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଏହି ଦୁଇ ନେତା ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦୁଇ ନେତା ଦେଶରେ ଶୀତଳ ଯୁଦ୍ଧ ଆରମ୍ଭ କରିବାର ଉଦ୍ୟମ କରୁଛନ୍ତି।

ଗିରିରାଜ କହିଛନ୍ତି, ରାହୁଲ ଗାନ୍ଧି, କଂଗ୍ରେସ, ଓୱେସି ଏବଂ ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ ତାହା କରିବାର ଉଦ୍ୟମ କରୁଛନ୍ତି ଯାହା ମୋଗଲ ଏବଂ ବ୍ରିଟିଶ୍‌ମାନେ କରିପାରିନଥିଲେ।

ପୂର୍ବରୁ ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହୁଛନ୍ତି। ଏହାପରେ ବିଜେପି ପକ୍ଷରୁ ଉତ୍ତରରେ କୁହାଯାଇଛି, ମୁସଲିମ୍‌ଙ୍କୁ ଡିଟେନ୍‌ସନ୍‌ ସେଣ୍ଟରରେ ରଖାଯିବ ବୋଲି କଂଗ୍ରେସ, ଏହାର ମେଣ୍ଟ ସହଯୋଗୀ ଏବଂ ଅର୍ବାନ ନକ୍ସଲମାନେ ଗୁଜବ ପ୍ରଚାରିତ କରୁଛନ୍ତି। ବିଜେପି ପକ୍ଷରୁ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, “ରାହୁଲ ଗାନ୍ଧି ମିଛୁଆଙ୍କ ସର୍ଦ୍ଦାର। ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ତାଙ୍କ ଦଳର ସରକାର ଥିବାବେଳେ ଆସାମରେ ୩ଟି ଡିଟେନ୍‌ସନ୍‌ ସେଣ୍ଟର ତିଆରି ହୋଇଛି।”

Related story