ନୀତି ଆୟୋଗର କରୋନା ଗ୍ରାଫକୁ ନେଇ ସରକାରକୁ ଘେରିଲେ ରାହୁଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କର ନୀତି ଆୟୋଗକୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କରୋନାକୁ ନେଇ ନୀତି ଆୟୋଗ ଏକ ଆକଳନ କରି ଗ୍ରାଫ ଚାର୍ଟ ଦେଖାଇଥିଲା। ଯେଉଁଥିରେ ମେ’ ୧୬ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିବ। ଏହାକୁ ନେଇ ସରକାରକୁ ଘେରିଛନ୍ତି ରାହୁଲ ଗାନ୍ଧୀ। କହିରଖୁଛୁ, ଦେଶରେ ତୃତୟ ପର୍ଯ୍ୟାୟ ଲକଡାଉନ୍ ଅବଧି ମେ’ ୧୭ରେ ଶେଷ ହେଉଛି। The geniuses at Niti Aayog have done […]

rahul_gandhi

Subhransu Sekhar
  • Published: Friday, 15 May 2020
  • , Updated: 15 May 2020, 08:21 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କର ନୀତି ଆୟୋଗକୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କରୋନାକୁ ନେଇ ନୀତି ଆୟୋଗ ଏକ ଆକଳନ କରି ଗ୍ରାଫ ଚାର୍ଟ ଦେଖାଇଥିଲା। ଯେଉଁଥିରେ ମେ’ ୧୬ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିବ। ଏହାକୁ ନେଇ ସରକାରକୁ ଘେରିଛନ୍ତି ରାହୁଲ ଗାନ୍ଧୀ। କହିରଖୁଛୁ, ଦେଶରେ ତୃତୟ ପର୍ଯ୍ୟାୟ ଲକଡାଉନ୍ ଅବଧି ମେ’ ୧୭ରେ ଶେଷ ହେଉଛି।

https://twitter.com/RahulGandhi/status/1261263377118015494

କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କର ନୀତି ଆୟୋଗର ଏହି ଆକଳନ ନିଶ୍ଚିତ ଭାବରେ ପ୍ରଶଂସନୀୟ। ଏହି ଗ୍ରାଫ ଜରିଆରେ ସରକାରଙ୍କ କରୋନା ଷ୍ଟାଟେଜି କିଭଳି ରହିଛି ଜଣାପଡ଼ିଛି। ଯେଉଁଥିରେ ମେ’ ୧୬ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିବ ବୋଲି କୁହାଯାଇଛି ବୋଲି ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି।

ଅନ୍ୟପଟେ ଦେଖିବାକୁ ଗଲେ ମେ’ ୧୭ ପରେ ଦେଶରେ ଲକଡାଉନ୍ ନିୟମ କୋହଳ ହେବାକୁ ଯାଉଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି।

Related story