ରାଜସ୍ଥାନରେ ୩୫ ପାକିସ୍ତାନୀ ଗିରଫ

ଜୟପୁର: ରାଜସ୍ଥାନର ଜୈସଲମେରରେ ପୋଲିସ‌୍ ୩୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି। ସେମାନେ ବିନା ଭିସାରେ ଜୈସଲମେରର ରାମଦେଓରାରେ ବାବା ରାମଦେଓଙ୍କ ସମାଧି ଦର୍ଶନ କରିବାକୁ ଆସିଥିଲେ। ଗିରଫ ୩୫ ଜଣଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ଋାମଦେଓରାର ଜଣେ ପୋଲିସ‌୍ ଅଧିକାରୀ କହିଛନ୍ତି ଯେ ଏହି ପାକିସ୍ତାନୀ ନାଗରିକମାନଙ୍କଠାରେ କେବଳ ମଥୁରା ଓ ହରିଦ୍ୱାର ଯିବା ପାଇଁ ଭିସା ମିଳିଥିଲା। ତେଣୁ ସେମାନଙ୍କୁ ଗିରଫ କରାଯାଇଛି। ଏ ସଂପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ […]

pak-

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 07:18 AM IST

ଜୟପୁର: ରାଜସ୍ଥାନର ଜୈସଲମେରରେ ପୋଲିସ‌୍ ୩୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି। ସେମାନେ ବିନା ଭିସାରେ ଜୈସଲମେରର ରାମଦେଓରାରେ ବାବା ରାମଦେଓଙ୍କ ସମାଧି ଦର୍ଶନ କରିବାକୁ ଆସିଥିଲେ।

ଗିରଫ ୩୫ ଜଣଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି।

ଋାମଦେଓରାର ଜଣେ ପୋଲିସ‌୍ ଅଧିକାରୀ କହିଛନ୍ତି ଯେ ଏହି ପାକିସ୍ତାନୀ ନାଗରିକମାନଙ୍କଠାରେ କେବଳ ମଥୁରା ଓ ହରିଦ୍ୱାର ଯିବା ପାଇଁ ଭିସା ମିଳିଥିଲା। ତେଣୁ ସେମାନଙ୍କୁ ଗିରଫ କରାଯାଇଛି। ଏ ସଂପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Related story