ରାଜସ୍ଥାନ: ଜନଗହଳି ସ୍ଥାନରେ ଗୋମାଂସ ପକାଇବା ଅଭିଯୋଗରେ ୪କାଶ୍ମୀରୀ ଛାତ୍ରଙ୍କୁ ମାଡ଼

ଚିତ୍ତୋରଗଡ଼:  ରାଜସ୍ଥାନର ଚିତ୍ତୋରଗଡ଼ ସ୍ଥିତ ମେୱାଡ  ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା  ୪ ଜଣ କାଶ୍ମୀରୀ ଛାତ୍ରଙ୍କୁ  ଜନଗହଳି ଜାଗାରେ  ଗୋମାଂସ  ପକାଇବା ଅଭିଯୋଗରେ ମାଡ ମରାଯାଇଛି। ହଷ୍ଟେଲ କ୍ୟାମ୍ପସଟି ନିରାମିଷ ହୋଇଥିଲେ ମଧ୍ୟ ଛାତ୍ରମାନେ ସେଠି ଗୋମାଂସ ଖାଇ ପକାଇଥିବା ପ୍ରଚାର ହୋଇଥିଲା। ଏହି ହଷ୍ଟେଲରେ ୮୦୦ ଜଣ ଛାତ୍ର ରହୁନ୍ତି। ଚିତ୍ତୋରଗଡ଼ ଏସପି ପ୍ରସନ୍ନ କେମଶରା କହିଛନ୍ତି,“ଛାତ୍ରାବାସରେ ଗୋମାଂସ ରନ୍ଧା ଯାଉଥିବା ନେଇ କିଛି ଲୋକ ପ୍ରଚାର କରିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଗୋମାଂସ ବୋଲି […]

meat_1

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 10:26 AM IST

ଚିତ୍ତୋରଗଡ଼:  ରାଜସ୍ଥାନର ଚିତ୍ତୋରଗଡ଼ ସ୍ଥିତ ମେୱାଡ  ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା  ୪ ଜଣ କାଶ୍ମୀରୀ ଛାତ୍ରଙ୍କୁ  ଜନଗହଳି ଜାଗାରେ  ଗୋମାଂସ  ପକାଇବା ଅଭିଯୋଗରେ ମାଡ ମରାଯାଇଛି। ହଷ୍ଟେଲ କ୍ୟାମ୍ପସଟି ନିରାମିଷ ହୋଇଥିଲେ ମଧ୍ୟ ଛାତ୍ରମାନେ ସେଠି ଗୋମାଂସ ଖାଇ ପକାଇଥିବା ପ୍ରଚାର ହୋଇଥିଲା। ଏହି ହଷ୍ଟେଲରେ ୮୦୦ ଜଣ ଛାତ୍ର ରହୁନ୍ତି।

ଚିତ୍ତୋରଗଡ଼ ଏସପି ପ୍ରସନ୍ନ କେମଶରା କହିଛନ୍ତି,“ଛାତ୍ରାବାସରେ ଗୋମାଂସ ରନ୍ଧା ଯାଉଥିବା ନେଇ କିଛି ଲୋକ ପ୍ରଚାର କରିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଗୋମାଂସ ବୋଲି ଜଣାପଡୁନାହିଁ। ଫରେନସିକ୍ ବିଭାଗକୁ ପରୀକ୍ଷା ପାଇଁ ପଠାଯିବ। ସେଠାରୁ ରିପୋର୍ଟ ଆସିଲେ ସବୁ ଜଣାପଡିବ।  ଏହି ଘଟଣା ଘଟିବା ପରେ କିଛି ଲୋକ କଲେଜ ପ୍ରଶାସନ ବିରୋଧରେ  ନାରାବାଜି କରିଥିଲେ।  ପୋଲିସ୍ ଘଟଣା ସ୍ଥଳରେ  ଠିକ୍ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।”

ମେୱାଡ  ବିଶ୍ୱବିଦ୍ୟାଳୟର ପିଆରଓ କହିଛନ୍ତି, “ ଆମର ଏହି କଲେଜରେ ୨୩ ରାଜ୍ୟର  ଛାତ୍ରଛାତ୍ରୀ ପାଠ ପଢନ୍ତି। ଏହା ଗୋଟିଏ ମିନି ଇଣ୍ଡିଆ ଅଟେ।  ବିଶ୍ୱବିଦ୍ୟାଳୟରେ ଭିନ୍ନ  ଭିନ୍ନ ସଂପ୍ରଦାୟ ଛାତ୍ରଛାତ୍ରୀ ପଢୁଥିବାରୁ ଏପରି  ବିବାଦ ସୃଷ୍ଟି ହେଉଛି।”

Related story