ରୋହିତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ନେତା ଓ ଅଧିକାରୀଙ୍କୁ ଗୁଳି ମାରି ଦିଆଯିବା ଦରକାର: ପପୁ ଯାଦବ

ପାଟଣା: ପୁଣି ଏକ ବିବାଦୀୟ ମନ୍ତ୍ରବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜନାଧିକାର ପାର୍ଟି ମୁଖିଆ ତଥା ବିହାରର ମଧେପୁରା ସାଂସଦ ପପୁ ଯାଦବ। ହାଇଦ୍ରାବାଦ୍‌ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ବିମୁଲାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ନେତା ଓ ଅଧିକାରୀଙ୍କୁ ଗୁଳି ମାରି ଦିଆଯିବା ଦରକାର ବୋଲି ସେ କହିଛନ୍ତି। ସେ ଘୋଷଣା କରିଛନ୍ତି, “ଭ୍ରଷ୍ଟ ଅଧିକାରୀଙ୍କୁ ଯିଏ ସର୍ବସାଧାରଣରେ ପିଟିପିଟି ହତ୍ୟା କରିବ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ସେହିପରି ଲାଞ୍ଚଖୋର ଅଧିକାରୀଙ୍କ ଉପରେ […]

pappu- yadab

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:17 PM IST

ପାଟଣା: ପୁଣି ଏକ ବିବାଦୀୟ ମନ୍ତ୍ରବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜନାଧିକାର ପାର୍ଟି ମୁଖିଆ ତଥା ବିହାରର ମଧେପୁରା ସାଂସଦ ପପୁ ଯାଦବ। ହାଇଦ୍ରାବାଦ୍‌ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ବିମୁଲାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ନେତା ଓ ଅଧିକାରୀଙ୍କୁ ଗୁଳି ମାରି ଦିଆଯିବା ଦରକାର ବୋଲି ସେ କହିଛନ୍ତି।

ସେ ଘୋଷଣା କରିଛନ୍ତି, “ଭ୍ରଷ୍ଟ ଅଧିକାରୀଙ୍କୁ ଯିଏ ସର୍ବସାଧାରଣରେ ପିଟିପିଟି ହତ୍ୟା କରିବ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ସେହିପରି ଲାଞ୍ଚଖୋର ଅଧିକାରୀଙ୍କ ଉପରେ ଷ୍ଟିଙ୍ଗ୍ ଅପରେସନ କରି ଭିଡିଓ ରେକର୍ଡିଂ ଦେବା ଲୋକଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।”

କେବଳ ସେତିକି ନୁହେଁ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ବିଷ ଦେଇ ଦେବାକୁ ସେ କହିଛନ୍ତି। ବିହାରକୁ ଲୁଟୁଥିବା ଏପରି ନେତାଙ୍କୁ ବିଷ ଦେଇ, ନ ହେଲେ ଫାଶି ଦେଇ ହତ୍ୟା କରାଯିବା ଦରକାର ବୋଲି ପପୁ କହିଛନ୍ତି। ସେ ଅଭିଯୋଗ କରିଛନ୍ତି, “ଲାଲୁଙ୍କ ପାଇଁ କୌଣସି ଆନ୍ଦୋଳନ କିଛି ମାନେ ରଖେ ନାହିଁ। ସେ କେବଳ ଭୋଟ୍ ରାଜନୀତି କରିବା ଜାଣିଛନ୍ତି।”

ଏହାସହ ସେ କହିଛନ୍ତି,“ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ଲାଗି ପ୍ରକୃତରେ ଯଦି ନୀତୀଶ କୁମାରଙ୍କ ଚିନ୍ତା ଅଛି, ତା’ହେଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତୁ।”

Related story