Advertisment

ଏଣିକି ମାସ୍କ ନ ପିନ୍ଧିଲେ ୨ ହଜାର ଫାଇନ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ଲୋକଙ୍କ ମଧ୍ୟରେ ସତର୍କତାର ଅଭାବ ଦେଖିବାକୁ ମିଳୁଛି। ସରକାର ବାରମ୍ବାର ସବୁ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଅନେକ ଲୋକ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ନୂଆ ନିୟମ ଲାଗୁ କରିଛି। ଏଣିକି ଯେଉଁ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିବେ, ସେମାନଙ୍କ ଉପରେ ୨ ହଜାର ଟଙ୍କା ଫାଇନ ଲାଗୁ କରାଯିବ। […]

ଅଦ୍ୟତନ ହୋଇଛି
ଏଣିକି ମାସ୍କ ନ ପିନ୍ଧିଲେ ୨ ହଜାର ଫାଇନ

g

Advertisment

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ଲୋକଙ୍କ ମଧ୍ୟରେ ସତର୍କତାର ଅଭାବ ଦେଖିବାକୁ ମିଳୁଛି। ସରକାର ବାରମ୍ବାର ସବୁ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଅନେକ ଲୋକ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି।

Advertisment

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ନୂଆ ନିୟମ ଲାଗୁ କରିଛି। ଏଣିକି ଯେଉଁ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିବେ, ସେମାନଙ୍କ ଉପରେ ୨ ହଜାର ଟଙ୍କା ଫାଇନ ଲାଗୁ କରାଯିବ। ପୂର୍ବରୁ ମାସ୍କ ନ ପିନ୍ଧିଲେ ଦିଲ୍ଲୀରେ ୫ଶହ ଟଙ୍କା ଫାଇନ ବ୍ୟବସ୍ଥା ରହିଥିଲା। ହେଲେ ଆଜି ଏହାକୁ ବୃଦ୍ଧି କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ନିର୍ଦ୍ଦେଶ ଜାରି କରି କହିଛନ୍ତି, ନିୟମିତ ଭାବେ ମାସ୍କ ପିନ୍ଧିବା ଦ୍ୱାରା କରୋନା ସଂକ୍ରମଣ ହ୍ରାସ ହୋଇପାରିବ। ଅଧିକାଂଶ ଲୋକ ମାସ୍କ ପିନ୍ଧୁଥିବା ବେଳେ ଅନେକ ଲୋକ ଏହାକୁ ପାଳନ କରୁନାହାନ୍ତି। ଅମାନିଆଙ୍କ ପାଇଁ ଦଣ୍ଡ ରାଶିକୁ ବୃଦ୍ଧି କରାଯାଇଛି। ସେହିପରି ଦିଲ୍ଲୀରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବେଡ୍‌ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଥିଲା। ବୈଠକ ପରେ କେଜ୍ରିୱାଲ କହିଛନ୍ତି, ସବୁ ଦଳ କରୋନା ବିରୋଧରେ ଏକାଠି ଲଢ଼େଇ କରିବାକୁ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ସଂକ୍ରମଣ ବ୍ୟାପୁଥିଲେ ହେଁ ଲୋକମାନେ ବିଭିନ୍ନ ମାର୍କେଟରେ ଭିଡ଼ କରିବାରେ ଲାଗିଛନ୍ତି। କେହି ବି ସାମାଜିକ ଦୂରତା ନିୟମକୁ ପାଳନ କରୁନାହାନ୍ତି।

ଆହୁରି ପଢ଼ନ୍ତୁ : ଲାଞ୍ଚୁଆ ଫରେଷ୍ଟରକୁ ବାନ୍ଧିଲା ଭିଜିଲାନ୍ସ

Corona Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe