ଆର୍‌ଏସ୍‌ଏସ୍‌ ଖୋଲିବ ଆର୍ମି ସ୍କୁଲ୍

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ଆସନ୍ତା ବର୍ଷ ଏପ୍ରିଲରୁ ଆର୍ମି ସ୍କୁଲ ଆରମ୍ଭ କରିବାକୁ ଯାଉଛି। ଏହି ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ କିଭଳି ଏହି ଆର୍ମି ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଆର୍ମି ଅଫିସର ହେବେ। ଏଥିପାଇଁ ପାଠ ପଢ଼ିବା ବେଳେ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯିବ। ଆରଏସଏସ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସ୍କୁଲର ନାମ ରାଜ୍ଜୁ ଭୈୟା ସୈନିକ ବିଦ୍ୟା ମନ୍ଦିର ରହିବ। ରାଜେନ୍ଦ୍ର ସିଂହ ଓରଫ […]

rss army school

Subhransu Sekhar
  • Published: Monday, 29 July 2019
  • , Updated: 29 July 2019, 12:58 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ଆସନ୍ତା ବର୍ଷ ଏପ୍ରିଲରୁ ଆର୍ମି ସ୍କୁଲ ଆରମ୍ଭ କରିବାକୁ ଯାଉଛି। ଏହି ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ କିଭଳି ଏହି ଆର୍ମି ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଆର୍ମି ଅଫିସର ହେବେ। ଏଥିପାଇଁ ପାଠ ପଢ଼ିବା ବେଳେ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯିବ। ଆରଏସଏସ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସ୍କୁଲର ନାମ ରାଜ୍ଜୁ ଭୈୟା ସୈନିକ ବିଦ୍ୟା ମନ୍ଦିର ରହିବ। ରାଜେନ୍ଦ୍ର ସିଂହ ଓରଫ ରାଜ୍ଜୁ ଭୈୟା ହେଉଛନ୍ତି ଆରଏସଏସର ସଂଘ ପରିଚାଳକ।

ଏହି ସ୍କୁଲର ପରିଚାଳନା ଦାୟିତ୍ୱ ଆରଏସଏସର ଶିକ୍ଷା ବିଭାଗ ବିଦ୍ୟା ଭାରତୀ ସଂସ୍ଥା ଅଧୀନରେ ରହିବ। ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ଶିକାରପୁରରେ ଏହି ସ୍କୁଲ ଖୋଲାଯିବ ବୋଲି ସ୍ଥିର ହୋଇଛି। ସିବିଏସଇ ବୋର୍ଡ ଅଧୀନରେ ଏହି ସ୍କୁଲ ରହିବ। ଏଠାରେ ପିଲାମାନେ ୬ଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବେ। ଶିକାରପୁରରେ ଏହି ସ୍କୁଲ ପ୍ରଥମେ ଖୋଲିବା ପଛର କାରଣ ହେଉଛି ରାଜ୍ଜୁ ଭୈୟା ଏହିଠାରେ ଜନ୍ମଗ୍ରହଣ କରିଥିଲେ। ଏବେ ସ୍କୁଲର ନିର୍ମାଣ କାମ ଚାଲିଥିବା ଜଣାପଡ଼ିଛି।

ବିଦ୍ୟା ଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାର ପଶ୍ଚିମ ୟୁପି ଏବଂ ଉତ୍ତରାଖଣ୍ଡର ସଂଯୋଜକ ଅଜୟ ଗୋଏଲ କହିଛନ୍ତି ଯଦି ଏହି ଆର୍ମି ସ୍କୁଲ ସଫଳ ହୁଏ ତା'ହେଲେ ଦେଶର ଅନ୍ୟ ସ୍ଥାନରେ ଏହି ସ୍କୁଲ ଖୋଲାଯିବ।

ସୂଚନାଯୋଗ୍ୟ, ବିଦ୍ୟା ଭାରତୀ ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ୨୦ ହଜାରରୁ ଅଧିକ ସ୍କୁଲ ରହିଛି। ଏହି ସ୍କୁଲରେ ସହିଦଙ୍କ  ପିଲାଙ୍କ ପାଇଁ ୫୬ ପ୍ରତିଶତ ସଂରକ୍ଷଣ ରହିବ। ଆଗାମୀ ବର୍ଷ ଷଷ୍ଠ ଶ୍ରେଣୀରେ ଆଡମିଶନ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ଖସଡ଼ା ପ୍ରସ୍ତୁତ ହୋଇସାରିଥିବା ଜଣାପଡ଼ିଛି।

Related story